ଅନେକ ସମୟରେ ଏଭଳି ଦେଖିବାକୁ ମିଳେ ଆଇରନ କରିବା ସମୟରେ ପୋଷାକ ନଷ୍ଟ ହୋଇଯାଇଥାଏ । କିଛି ଗୁଡିକ ଆଇରନ କରିବା ପରେ ମୋଚି ହୋଇଯାଆନ୍ତି, କିଛି ପୋଷାକରେ ଦାଗ ଲାଗିଯାଉଥିବାବେଳେ କିଛି ପୋଷାକର ଚମକ ଚାଲିଯାଏ । ଏଭଳି ହେବାର କାରଣ କିଛି ପୋଷାକର ଫାବ୍ରିକକୁ ଆଇରନ କରାଯିବା ଉଚିତ ନୁହେଁ । ସିá, ନାଇଲନ, ସାଟନ ଓ ଉଲର ପୋଷାକ ଅଳ୍ପ ଗରମ ପାଇବାମାତ୍ରେ ଜଳିବାର ସମ୍ଭାବନା ରହିଛି । ତେଣୁ ଏହାକୁ ଆଇରନ ନକରି ଷ୍ଟିମ ଆଇରନ କରିବା ଲାଭ ଦାୟକ । ଏହାଦ୍ୱାରା ପୋଷାକ ନଷ୍ଟ ହେବାର ସମ୍ଭାବନାହିଁ ନାହିଁ । କିନ୍ତୁ କଟନ, ଡେନିମ କିମ୍ବା ଲିନନ ପାଇଁ ଆଇରନିଂ ଭଲ ହୋଇଥାଏ । ଏହି ପୋଷାକକୁ ଆଇରନ କରିପାରିବେ । ତେଣୁ କୌଣସି ବି ପୋଷାକ ଆଇରନ କରିବା ଆଗରୁ ଏହାର ଫାବ୍ରିକ କଣ ଭଲକରି ବୁଝନ୍ତୁ । ତାପରେ ଏହାକୁ ଆଇରନ କରନ୍ତୁ, ଯାହାଫଳରେ ଏହା ନଷ୍ଟ ହେବାର ସମ୍ଭାବନା କମିଥାଏ ।
