ଏମିତି ବି ମୃତ୍ୟୁ ଆସେ,ଷ୍ଟେଜ ପ୍ରୋଗ୍ରାମ ସମୟରେ ଚାଲିଗଲା ଜୀବନ

ଜୟପୁର : ମୃତ୍ୟୁ ଚିରନ୍ତନ ସତ୍ୟ ଏହI କେତେବେଳେ କେଉଁ ରୂପରେ ଆସିବ ତାହା କେହି ଜାଣି ନଥାନ୍ତି I ଷ୍ଟେଜ ପ୍ରୋଗ୍ରାମ ରେ ଗୀତ ଗାଇ ସାରି ବସିଥିବା ସମୟରେ ଚାଲିଯାଇଛି ଜଣେ କଳାକାରଙ୍କ ଜୀବନ I ଏଭଳି କିଛି ହୃଦୟବିଦାରକ ଘଟଣା କୋରାପୁଟ ଜିଲ୍ଲା ଜୟପୁରରେ ଘଟିଛି। ମୃତ କଳାକାର ଜଣଙ୍କ ହେଲେ ମୁରଲୀ ମହାପାତ୍ର।

ସୂଚନା ଅନୁସାରେ, ଦୁର୍ଗାପୂଜା ଅବସରରେ ଗତକାଲି ସପ୍ତମୀ ପାଇଁ ସହରର ରଜା ନଗର ସମ୍ମୁଖରେ ସ୍ବର ଘୁଙ୍ଗୁର ଅନୁଷ୍ଠାନ ତରଫରୁ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବି ଉପସ୍ଥିତ ଥିଲେ।ମଞ୍ଚ ଉପରେ ସାଥୀ କଳାକାରଙ୍କ ସହିତ ମୁରଲୀ ଅକ୍ଷୟ ମହାନ୍ତିଙ୍କ ୨ଟି ସୁପରହିଟ୍ ଚଳଚ୍ଚିତ୍ରର ଗୀତ ଗାଇଥିଲେ । ତେବେ ଗୀତ ଗାଇବା ପୂର୍ବରୁ ନିଜେ ଅସୁସ୍ଥ ଥିବା କହି ଗୀତ ଗାଇବାରେ ଭୁଲ୍ ଥିଲେ କ୍ଷମା କରିବେ ବୋଲି କହିଥିଲେ I ମୁରଲୀ ଗୀତ ଗାଇସାରି ଷ୍ଟେଜ ରେ ଚେୟାର ଉପରେ ବସିଥିବା ସମୟ ରେ ହଠାତ ତଳେ ପଡିଯାଇଥିଲେ I ତୁରନ୍ତ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।ହୃଦ୍‌ଘାତରେ କଣ୍ଠଶିଳ୍ପୀ ମୂରଲିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ମୁରଲୀ ମହାପାତ୍ର ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ଥିଲେ । ମୁରଲୀ ମହାପାତ୍ରଙ୍କ ଆକସ୍ମିକ ଵିୟୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Govt

Comments are closed.