୭୫ତମ ସ୍ୱାଧୀନ ପରେ ମଧ୍ୟ ଅଧୁରା ମୁକ୍ତ ଭାରତର ସ୍ୱପ୍ନ

ଦାସତ୍ୱ ମୁକ୍ତିର ୭୫ ବର୍ଷ ପରେ ମଧ୍ୟ ଆମ ପୂର୍ବପୁରୁଷ ଦେଖିଥିବା ମୁକ୍ତ ଭାରତ ସ୍ୱପ୍ନ କେତେ ସାକାର ହୋଇଛି, ତାହା ଆଜିବ ବି ପ୍ରଶ୍ନ ହୋଇ ରହିଛି । ସାଂସ୍କୃତିକ, ସାମାଜିକ, ରାଜନୈତିକ, ଅର୍ଥନୈତିକ, ସାମରିକ, କ୍ରୀଡ଼ା ଏବଂ ବୈଷୟିକ କ୍ଷେତ୍ରର ବିକାଶ ଯାତ୍ରାରେ ଦେଶ ନିଜର ଏକ ସ୍ଥାନ ନିରୂପଣ କରିଛି । ଆଜି ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ମାନ୍ୟତା ପାଇଛି । ବିଶ୍ୱରେ ଥିବା ସମଗ୍ର ରାଷ୍ଟ୍ରର ନଜର ଏବେ ଭାରତ ଉପରେ ରହିଛି ।

୭୫ତମ ସ୍ୱାଧୀନ ପରେ ମଧ୍ୟ ଅଧୁରା ମୁକ୍ତ ଭାରତର ସ୍ୱପ୍ନ

ଆମେ ୧୫ ଅଗଷ୍ଟ ୧୯୪୭ ମସିହାରେରେ ସ୍ୱାଧୀନ ହୋଇଥିଲୁ । ଏଥିରେ ଆମେ ଯେତିକି ଖୁସି ସେତିକି ଦୁଃଖ ମଧ୍ୟ ସହିଥିଲୁ । ସ୍ୱାଧୀନତା ସହିତ ଆମ ଦେଶ ବିଭାଜନ ହୋଇଥିଲା । ଭାରତ ଦେଶରୁ ପାକିସ୍ତାନର ସୃଷ୍ଟି ହେଲା । ଦେଶର ପୂର୍ବ ଏବଂ ପଶ୍ଚିମ ଭାଗରେ ଗଠିତ ଏହି ନୂତନ ଦେଶ ହେତୁ ଭାରତ ଏକ ବଡ଼ ଭୂ-ଭାଗ ଏବଂ ନିଜ ଲୋକଙ୍କୁ ହରାଇଥିଲା । ଏହାପରେ ଭାରତ କଶ୍ମୀର ଏବଂ ସିଆଚୀନ୍‌ରେ ଜମି ହରାଇବାକୁ ପଡିଲା । ତଥାପି, ଦେଶ ନିଜ ଭାଇମାନଙ୍କୁ ହରାଇ ଆଗେଇ ଚାଲିଲା ଏବଂ ନିଜ ମୌଳିକତା ଓ ଧର୍ମନିରପେକ୍ଷତାର ଆତ୍ମା ବଜାୟ ରଖିଛି ।

୭୫ତମ ସ୍ୱାଧୀନ ପରେ ମଧ୍ୟ ଅଧୁରା ମୁକ୍ତ ଭାରତର ସ୍ୱପ୍ନ

ଭାରତ ଜୀବନ୍ତ ଗଣତନ୍ତ୍ରର ଜ୍ୱଳନ୍ତ ଉଦାହରଣ । ଲୋକମାନଙ୍କର ଏଠାରେ ସମ୍ବିଧାନ ପୂର୍ଣ୍ଣ ଉପରେ ବିଶ୍ୱାସ ରହିଛି । ବିରୋଧୀ ମତକୁ ସମ୍ମାନ ଦେବା ଗଣତନ୍ତ୍ରକୁ ଆହୁରି ଶକ୍ତି ପ୍ରଦାନ କରିଛି । ଦୁନିଆର ସବୁଠୁ ବଡ ଗଣତାନ୍ତ୍ରିକ ଦେଶ ଭାବରେ ଭାରତ ନିଜର ପରିଚୟ ସୃଷ୍ଟି କରିଛି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପରଠାରୁ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ମତଭେଦ ରହିଆସିଛି, କି;ୁ ଏହି ପାର୍ଥକ୍ୟ ଗଣତନ୍ତ୍ରକୁ ଦୁର୍ବଳ କରିନାହିଁ ବରଂ ଏହାକୁ ମଜବୁତ କରିଛି । ସାଧାରଣ ଲୋକଙ୍କୁ ସଶକ୍ତ କରିବାକୁ, ଗତ ଦଶନ୍ଧି ମଧ୍ୟରେ ସରକାର ଜନ କଲ୍ୟାଣ ନୀତି ଏବଂ ଯୋଜନା ଆଣିଛନ୍ତି । ଏହି ଯୋଜନାଗୁଡିକର ଲାଭ ଗରିବ ଏବଂ ଦୁର୍ବଳ ବିଭାଗକୁ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସୂଚନା ଅଧିକାର, ଆୟୁଷମାନ ଭାରତ, ଶିକ୍ଷା ଅଧିକାର, ମନରେଗା ପରି କାର୍ଯ୍ୟକ୍ରମ ଏବଂ ଯୋଜନା ସାଧାରଣ ଲୋକଙ୍କୁ ସଶକ୍ତ କରିଛି । ଏହି ଉଚ୍ଚାଭିଳାଷୀ ଯୋଜନାଗୁଡିକ ବିକାଶର ଗତିକୁ ତ୍ୱରାନ୍ୱିତ କରିଛି । କି;ୁ ଏହା ମଧ୍ୟ ସତ୍ୟ ଯେ, ସରକାରଙ୍କ ଏହି ଯୋଜନାଗୁଡିକ ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇପାରୁନାହିଁ ।

୭୫ତମ ସ୍ୱାଧୀନ ପରେ ମଧ୍ୟ ଅଧୁରା ମୁକ୍ତ ଭାରତର ସ୍ୱପ୍ନ

ଉଦାରୀକରଣର ଯୁଗ ପରେ ଭାରତ ଦ୍ରୁତ ବିକାଶ ପଥରେ ଆଗକୁ ବଢ଼ିଛି । ସୈନ୍ୟ କ୍ଷେତ୍ର, ସାମରିକ ଏବଂ ମହାକାଶ କ୍ଷେତ୍ରରେ ଭାରତ ସଫଳତାର ଏକ ମାଇଲ୍‌ଖୁଣ୍ଟ ଚଢ଼ିଛି । ସାମରିକ କ୍ଷେତ୍ରରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଉଭା ହୋଇଛି । ପରମାଣୁ ଅସ୍ତ୍ରଶସ୍ତ୍ରରେ ଭାରତରେ ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ସେନା ରହିଛି । ସେହିପରି ପ୍ରଯୁକ୍ତି ବିଦ୍ୟା ଓ ମିସାଇଲ୍‌ ନର୍ମାଣରେ ଭାରତକୁ ଲୌହ ରାଷ୍ଟ୍ର ଭାବେ ବିଶ୍ୱ ମାନ୍ୟତା ଦେଇଛି । ମଙ୍ଗଳ ମିଶନର ସଫଳତା ଏବଂ ଶକ୍ତିଶାଳୀ ରକେଟ୍‌ ଉତ୍‌କ୍ଷେପଣ କରି ଭାରତ ମହାକାଶ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ଏଥିରୁ ସ୍ପଷ୍ଟ ଯେ, ଆଜି ଭାରତ ପାଖରେ ଅମାପ ସମ୍ପତ୍ତି ରହିଛି । ଶ୍ରୀଲାଙ୍କାକୁ ଦୁଇ ବିଲିୟନ୍‌ରୁ ଅଧିକ ଅର୍ଥ ଦେବା ସହିତ ନେପାଳ, ଶ୍ରୀଲଙ୍କା, ଭୁଟାନ୍‌ ଆଦି ଖାଦ୍ୟାଭାବ ଦେଖାଯାଇଥିବା ରାଷ୍ଟ୍ରକୁ ଭାରତ ସାହାଯ୍ୟ କରିଛି । କିନ୍ତୁ ସଫଳତା ଓ ଉପଲବ୍ଧି ଥିବା ସତ୍ତେ୍ୱ ଭାରତରେ ସାମାଜିକ ଓ ନୈତିକତା ମୌଳିକର ହ୍ରାସ ଦେଖାଯାଇଛି । ବ୍ୟକ୍ତିଗତଠାରୁ ଆରମ୍ଭ କରି ସମାଜ, ରାଜନୀତି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ମୂଲ୍ୟବୋଧର ହ ୍ରାସ ଦେଖିବାକୁ ମିଳିଛି । ଶକ୍ତି ଓ ଅର୍ଥ ପାଇବାର ଆଶାରେ ଲୋକ ଦୁର୍ନୀତି କରିବାକୁ ଲାଗୁଛନ୍ତି । ଦେଶରେ ଭ୍ରଷ୍ଟାଚାର ଓ ଦୁର୍ନୀତି ବଢ଼ିଛାଲୁଛି । ପୂର୍ବପୁରୁଷ ଦେଖିଥିବା ମୁକ୍ତ ଭାରତର ସ୍ୱପ୍ନ କେତେ ଦୂର ସାକାର ହୋଇଛି ବା ହେବ ତାହା ଏବେ ପ୍ରଶ୍ନରେ ରହିଛି ।

Comments are closed.