ଅପସ୍ମାର

ଅପସ୍ମାର ଏକ ମସ୍ତିଷ୍କ ବ୍ୟତିକ୍ରମ, ଯେଉଁଥିରେ ବାତ ଗୋଟିଏ ପ୍ରମୁଖ ଲକ୍ଷଣ । ଏହା ଏପିଲେ«ି ନାମରେ ମଧ୍ୟ ପରିଚିତ ଯାହା ସଳ୍ପ କାଳୀନ ବା ପ୍ରାୟ ଅଣଚିହ୍ନଟ ହୋଇପାରେ । ଏହି ସମସ୍ୟା ଥିଲେ ବାତ ସମସ୍ୟା ବାରମ୍ବାର ଦେଖିବାକୁ ମିଳିଥାଏ । ଅଧିକାଂଶ ଅପସ୍ମାର ରୋଗର କାରଣ ଅଜଣା ଥିଲେ ମଧ୍ୟ କେତେକ କାରଣ ଯଥା ମସ୍ତିଷ୍କ ଆଘାତ, ଷ୍ଟ୍ରୋକ, ଜନ୍ମଗତ ତୃଟି ଓ ମାତ୍ରାଧିକ ନିଶା ସେବନ ଉଲ୍ଲେଖ ଯୋଗ୍ୟ । ଜେନେଟିକ ମୁ୍ୟଟେସନ ଯୋଗୁ ମଧ୍ୟ କିଛି କ୍ଷେତ୍ରରେ ଏହି ସମସ୍ୟା ଦେଖିବାକୁ ମିଳେ । ଏହି ରୋଗ ମସ୍ତିଷ୍କରେ ଅସାଧାରଣ ଓ ଅତ୍ୟଧିକ ସ୍ନାୟୁ ଉତ୍ତେଜନା ହେବା କାରଣରୁ ଦେଖିବାକୁ ମିଳିଥାଏ । ସୂଚନା ଅନୁସାରେ ୨୦୧୩ ସୁଦ୍ଧା ପୃଥିବୀରେ ପ୍ରାୟ ୨୨ନିୟୁତ ଅପସ୍ମାର ରୋଗୀ ରହିଥିଲେ । ପ୍ରାୟ ୮୦ % ରୋଗୀ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଦେଖାଯାଆନ୍ତି ବୋଲି ସୂଚନା ରହିଛି । ସେହିଭଳି ୧୯୯୦ରେ ଏହା ଯୋଗୁ ୧୧୨,୦୦୦ ଜଣଙ୍କର ମୃତ୍ୟୁ ହୋଇଥିଲା । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ହେବା ସମ୍ଭାବନା ବଢିଥାଏ । ତେବେ ଯଦି ଅପସ୍ମାରର କୌଣସି ବି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ତେବେ କିଛି ଲୋକଙ୍କ କ୍ଷେତ୍ରରେ ଏହା ଜଣା ପଡିନଥାଏ, ସେମାନେ ଜୀବନସାରା ଏହି ରୋଗ ସହିତ ସାଧାରଣ ଜୀବନ ବଞ୍ଚିଥାଆନ୍ତି । ହେଲେ କିଛି ଲୋକଙ୍କ କ୍ଷେତ୍ରରେ ଏହା ଘାତକ ସାଜିଥାଏ । ସେହଭଳି ଅପସ୍ମାର ରୋଗର ବିଭିନ୍ନ ପ୍ରକାର ରହିଛି । ସାଧାରଣତଃ ଏହାକୁ ୫ ପ୍ରକାର ବର୍ଗୀକରଣ କରାଯାଇଥାଏ, ଯଥା କାରଣ ଅନୁସାରେ, ବାତ ମାରିବା ଅନୁସାରେ, ମସ୍ତିଷ୍କରେ ସୃଷ୍ଟି ହୋଇଥିବା ସମସ୍ୟା ଅନୁସାରେ, ଲକ୍ଷଣ ଅନୁସାରେ, ଟ୍ରିଗର ଅନୁସାରେ ।
ଲକ୍ଷଣ
– ଏହାର ଲକ୍ଷଣ ବିଭିନ୍ନ ପ୍ରକାରର ହୋଇଥାଏ । ଏହା ବିଶେଷ ଭାବେ ରୋଗୀର ମସ୍ତିଷ୍କ ଉପରେ ନିର୍ଭର କରିଥାଏ ।
– ନିୟନ୍ତ୍ରଣ ବାହାର ଦେହ ହାତ ଥରିବା ।
– ଚେତା ଶୂନ୍ୟ ହୋଯିବା ।
– ଖାଲିରେ ଆଖି ବଡ ବଡ କରି ଚାହିଁବା ।
– ରୋଗୀଙ୍କୁ ବିଭିନ୍ନ ପ୍ରକାର ଅଜବ ବାସ୍ନା ହେବା ।
– କଥା କହିବାରେ ଅସୁବିଧା ହେବା
କାରଣ
– ବଂଶଗତ
– ମସ୍ତିଷ୍କରେ ଆଘାତ ଲାଗିବା
– କୌଣସି ବଡ ମାନସିକ ଆଘାତ
– ସଂକ୍ରମଣ
– ଷ୍ଟ୍ରୋକ
– ଟୁ୍ୟମର
ଅପସ୍ମାର ଦିବସ
ଏହି ରୋଗକୁ କମାଇବାର ଏକ ମାତ୍ର ଉପାୟ ସଚେତନତା । ତେଣୁ ପ୍ରତିବର୍ଷ ମାର୍ଚ୍ଚ ୨୬ରେ ପାଳନ କରାଯାଇଥାଏ ବିଶ୍ୱ ଅପସ୍ମାର ଦିବସ । ଏହି ରୋଗ ସମ୍ପର୍କରେ ଲୋକମାନେ ଯେତେ ଜାଣିବେ ଏହି ରୋଗକୁ ଦୂରେଇବା ସେତେ ସମ୍ଭବ ହୋଇପାରିବ । ଅନେକ ସ୍ଥାନରେ ଏହି ରୋଗକୁ ଭୁତ ଲାଗିବା ସହିତ ମଧ୍ୟ ତୂଳନା କରାଯାଇଥାଏ । ଯାହା ଫଳରେ ଡାକ୍ତରଙ୍କ ପରିବର୍ତ୍ତେ ରୋଗୀଙ୍କୁ ଗୁଣିଆଙ୍କୁ ନିକଟକୁ ନିଆଯାଇଥାଏ । ଯାହା ସେମାନଙ୍କ ପାଇଁ ଖୁବ ଅଧିକ ସମସ୍ୟା ସୃଷ୍ଟି କରିଥାଏ । ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଏହି ରୋଗର କାରଣ, ଲକ୍ଷଣ ଓ ପ୍ରକାର ବିଷୟରେ ସଚେତନ କରାଯାଇଥାଏ । କିଭଳି ଏହି ରୋଗ ମଧ୍ୟ ଆରୋଗ୍ୟ ହୋଇ ପାରିବ ସେନେଇ ବାର୍ତ୍ତା ପ୍ରଦାନ କରାଯାଇଥାଏ ।

Govt

Comments are closed.