ପଏଣ୍ଟ ଟେବୁଲରେ ବଢ଼ିଲା ରୋଚକତା: ନୁ୍ୟଜିଲାଣ୍ଡକୁ ୨୦ ରନରେ ହରାଇଲା ଇଂଲଣ୍ଡ

ବି୍ରସବେନ : ଟି-୨୦ ବିଶ୍ୱକପ ସୁପର-୧୨ ମୁକାବିଲା ରୋଚକ ସ୍ଥିତିରେ ପହଞ୍ଚିଛି । ଗ୍ରୁପ-୧ର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମଙ୍ଗଳବାର ଇଂଲଣ୍ଡ ୨୦ ରନ ବ୍ୟବଧାନରେ ନୁ୍ୟଜିଲାଣ୍ଡକୁ ଧରାଶାୟୀ କରିଛି । ପରାଜୟ ସତ୍ତେ୍ୱ ନୁ୍ୟଜିଲାଣ୍ଡ ୪ ମ୍ୟାଚରୁ ୫ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷରେ ରହିଛି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟ ୫ ପଏଣ୍ଟ ଲେଖାଏଁ ଅର୍ଜନ କରି ଟେବୁଲର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି । ଶ୍ରୀଲଙ୍କା ୪ ପଏଣ୍ଟ ଓ ଆୟର୍ଲାଣ୍ଡ ୩ ପଏଣ୍ଟ ସହ ୪ର୍ଥ ଓ ପଞ୍ଚମ ସ୍ଥାନରେ ଥିବାରୁ ଗ୍ରୁପ-୧ ଟେବୁଲର ରୋଚକତା ବଢ଼ିଛି । ସେମିଫାଇନାଲରେ ପ୍ରବେଶ କରିବା ପାଇଁ ୫ଟି ଦଳ ମଧ୍ୟରୁ ଦୁଇଟି ଦଳ ସୁଯୋଗ ହାସଲ କରିବେ । ତେଣୁ ଶେଷ ମ୍ୟାଚଗୁଡ଼ିକ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଓ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ।

 ପଏଣ୍ଟ ଟେବୁଲରେ ବଢ଼ିଲା ରୋଚକତା: ନୁ୍ୟଜିଲାଣ୍ଡକୁ ୨୦ ରନରେ ହରାଇଲା ଇଂଲଣ୍ଡ

ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୭୯/୬ ରନ କରିଥିଲା । ଜବାବରେ ନୁ୍ୟଜିଲାଣ୍ଡରେ ୨୦ ଓଭରରେ ୧୫୯/୬ ରନ କରିବାକୁ ସମର୍ଥ ହୋଇଥିଲା । ୪୭ ବଲରୁ ୭୪ ରନର ଜମାଣିଆ ଇନିଂସ ଖେଳିଥିବା ଇଂଲଣ୍ଡର ଜୋସ ବଟଲରଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା ।

 ପଏଣ୍ଟ ଟେବୁଲରେ ବଢ଼ିଲା ରୋଚକତା: ନୁ୍ୟଜିଲାଣ୍ଡକୁ ୨୦ ରନରେ ହରାଇଲା ଇଂଲଣ୍ଡ

ଟସ ଜିତି ବ୍ୟାଟିଂ କରିଥିବା ଇଂଲଣ୍ଡର ଆରମ୍ଭ ଉତ୍ସାହଜନକ ଥିଲା । ଓପନର ଜୋସ ବଟଲର ଓ ଆଲେକ୍ସ ହେଲ୍ସ ପ୍ରଥମ ୱିକେଟ ପାଇଁ ୮୧ ରନ ସଂଗ୍ରହ କରିଥିଲେ । ଆଲେକ୍ସ ୪୦ ବଲରୁ ୫୨ ରନ ଏବଂ ବଟଲର ୪୭ ବଲରୁ ୭୩ ରନର ଇନିଂସ ଖେଳିଥିଲେ । ଲିଆମ ଲିଭିଙ୍ଗଷ୍ଟୋନ ୨୦ ରନ କରିଥିଲେ । ବୋଲିଂରେ ନୁ୍ୟଜିଲାଣ୍ଡର ଲୋକି ଫର୍ଗୁସନ ଦୁଇଟି, ଟିମ୍‌ ସାଉଦୀ, ମିଚେଲ ସାଣ୍ଟନର ଓ ଇସ ସୋଧି ଗୋଟିଏ କରି ୱିକେଟ ସଫଳତା ହାସଲ କରିଥିଲେ । ୧୮୦ ରନ୍‌ର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନୁ୍ୟଜିଲାଣ୍ଡ । ବିଶ୍ୱକପର ସୁପର-୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇଥିବା ନୁ୍ୟଜିଲାଣ୍ଡ ଦଳ ହ୍ୟାଟି୍ରକ ବିଜୟ ଆଶାରେ ରହିଥିଲା । କି;ୁ ଇଂଲଣ୍ଡର ଶାଣିତ ବୋଲିଂ ଯୋଗୁ ନୁ୍ୟଜିଲାଣ୍ଡ ବିଜୟଲକ୍ଷ୍ୟ ଠାରୁ ୨୦ ରନ ପଛରେ ରହିଯାଇଥିଲା । ନୁ୍ୟଜିଲାଣ୍ଡର ଫିନ ଆଲିନ ୨୦, ଅଧିନାୟକ କେନ ୱିଲିୟମସନ ୪୦, ଗ୍ଲେନ ଫିଲି« ୬୨, ମିଚେଲ ସାଣ୍ଟନର ଅପରାଜିତ ୧୬ ରନ କରିଥିଲେ । ଏହାସତ୍ତେ୍ୱ ନୁ୍ୟଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୫୯/୬ ରନ କରିବାକୁ ସମର୍ଥ ହୋଇଥିଲା । ଇଂଲଣ୍ଡର କ୍ରିସ୍‌ ୱକ୍ସ, ସାମ କୁରନ ଦୁଇଟି କରି, ମାର୍କ ଉଡ୍‌ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ଶ୍ରୀଲଙ୍କାର ଦ୍ୱିତୀୟ ବିଜୟ

 ପଏଣ୍ଟ ଟେବୁଲରେ ବଢ଼ିଲା ରୋଚକତା: ନୁ୍ୟଜିଲାଣ୍ଡକୁ ୨୦ ରନରେ ହରାଇଲା ଇଂଲଣ୍ଡ
ଗ୍ରୁପ-୧ର ଅନ୍ୟ ଏକ ମ୍ୟାଚରେ ଶ୍ରୀଲଙ୍କା ୬ ୱିକେଟରେ ଆଫଗାନିସ୍ତାନକୁ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି । ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୪ ରନ କରିଥିଲା । ଜବାବରେ ଶ୍ରୀଲଙ୍କା ୧୮.୩ ଓଭରରେ ୧୪୮/୪ ରନ କରି ଲକ୍ଷ୍ୟସ୍ଥଳରେ ପହଞ୍ଚି ଥିଲା । ୧୩ ରନ ଦେଇ ୩ ୱିକେଟ ଅକ୍ତିଆର କରିଥିବା ୱାନିନ୍ଦୁ ହସରଙ୍ଗାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଏହି ବିଜୟ ସହ ଶ୍ରୀଲଙ୍କା ୪ ମ୍ୟାଚରୁ ୪ ପଏଣ୍ଟ ପାଇ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ଗ୍ରୁପ ପର୍ଯ୍ୟାୟରେ ଶ୍ରୀଲଙ୍କା ଆଉ ଗୋଟିଏ ମ୍ୟାଚ ଖେଳିବ । ଯଦି ବିଜୟୀ ହୁଏ, ତେବେ ୬ ପଏଣ୍ଟ ସହ ସେମିଫାଇନାଲ ଦୌଡ଼ରେ ସାମିଲ ହେବ । ଏଥିପାଇଁ ନୁ୍ୟଜିଲାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଭଳି ଟାଣୁଆ ଦଳଗୁଡ଼ିକର ଶେଷ ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବ ।

 ପଏଣ୍ଟ ଟେବୁଲରେ ବଢ଼ିଲା ରୋଚକତା: ନୁ୍ୟଜିଲାଣ୍ଡକୁ ୨୦ ରନରେ ହରାଇଲା ଇଂଲଣ୍ଡ

ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ପକ୍ଷରୁ ରହମ୍ମନୁଲ୍ଲା ଗୁରୁବାର ୨୮, ଉସ୍ମାନ ଘନୀ ୨୭, ଇବ୍ରାହିମ ଜଡ୍ରାନ ୨୨, ନାଜିବୁଲ୍ଲା ଜଡ୍ରାନ ୧୮, ଗୁଲବଦ୍ଦିନ ନବୀ ୧୨, ମହମ୍ମଦ ନବୀ ୧୩ ରନ କରିଥିଲେ । ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗାଙ୍କୁ ସର୍ବାଧିକ ୩ ୱିକେଟ ଓ ଲାହିରୁ କୁମାର ୨ ୱିକେଟ ଅକ୍ତିଆର କରିଥିଲେ । ୧୪୫ ରନକୁ ପିଛା କରିଥିବା ଶ୍ରୀଲଙ୍କା ଦଳ ୯ଟି ବଲ ପୂର୍ବରୁ ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇଥିଲା । ଓପନର ପାଥୁମ ନିଶାଙ୍କ ୧୦, କୁଶଳ ମେଣ୍ଡିସ ୨୫, ଧନଞ୍ଜୟ ଡିସିଲ୍‌ଭା ଅପରାଜିତ ୬୬, ଚରିଥ ଅସଲଙ୍କା ୧୯, ଭନୁକା ରାଜପାକ୍ଷେ ୧୮ ରନ କରିଥିଲେ । ତେଣୁ ଶ୍ରୀଲଙ୍କା ସହଜ ବିଜୟ ହାସଲ କରିଥିଲା । ଆଫଗାନିସ୍ତାନର ମୁଜିବ ଉର ରହମାନ ଓ ରସିଦ ଖାନ୍‌ ପ୍ରତ୍ୟେକ ଦୁଇଟି କରି ୱିକେଟ ସଫଳତା ହାସଲ କରିଥିଲେ ।

Govt

Comments are closed.