ସାନ୍ ଫ୍ରାନ୍ସିସ୍କୋ: ସାମାଜିକ ଗଣମାଧ୍ୟମ କମ୍ପାନି ‘ଟ୍ୱିଟର୍’କୁ ଖରିଦ କରିବା ଲାଗି ହୋଇଥିବା ୪୪ ବିଲିୟନ୍ ଡଲାର୍ ଚୁକ୍ତିନାମାର ଟେସ୍ଲାର ସିଇଓ ଏଲନ୍ ମସ୍କ ଅବସାନ ଘଟାଇବା ପରେ ଟେକ୍ ଇଣ୍ଡଷ୍ଟ୍ରିରେ ହାଇ ଭୋଲେଫଜ୍ ଡ୍ରାମା ଦେଖିବାକୁ ମିଳିଛି । ଚୁକ୍ତିରୁ ଓହରିଯିବା ପୂର୍ବରୁ ଏଲନ୍ ମସ୍କ ଟ୍ୱିଟର୍ ସିଇଓ ପରାଗ ଅଗ୍ରୱାଲ୍ଙ୍କ ନିକଟକୁ ଏକ ଚେତାବନୀ ମେଜେସ୍ ପଠାଇଥିଲେ ବୋଲି ନିକଟରେ ଏକ ସୂତ୍ରରୁ ଜାଣିବାକୁ ମିଳିଛି ।
ମସ୍କ ମେସେଜ୍ ଜରିଆରେ କହିଥିଲେ ଯେ ଟ୍ୱିଟର ଆର୍ଥିକ ସ୍ଥିତି ସଂପର୍କରେ ସବିଶେଷ ସୂଚନା ମାଗିବାରୁ କମ୍ପାନୀର ଓକିଲମାନେ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି । ଓକିଲମାନେ ସୃଷ୍ଟି କରୁଥିବା ସମସ୍ୟା ଖୁବ୍ ଶୀଘ୍ର ବନ୍ଦ କର;ୁ । ସେ ଜୁନ୍ ୨୮ ତାରିଖରେ ସିଇଓ ପରାଗ ଅଗ୍ରୱାଲ୍ଙ୍କ ସହ ସିଇଓ ନେଡ୍ ସେଗଲ୍ଙ୍କୁ ଏହି ମେସେଜ୍ କରିଥିଲେ ।
ମସ୍କ ଚୁକ୍ତିରୁ ଓହରିଯିବାର କାରଣ ଦର୍ଶାଇ କହିଥିଲେ ଯେ ରାଜିନାମା (ମଜର୍ର୍ ଏଗ୍ରିମେଣ୍ଟ୍) ଅନୁସାରେ, ଜାଲ୍ ଆକାଉଣ୍ଟ୍ ସଂକ୍ରାନ୍ତରେ ସୂଚନା ଯୋଗାଇ ଦେବାରେ ‘ଟ୍ୱିଟର୍’ ବିଫଳ ହୋଇଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । କି;ୁ, ‘ଟ୍ୱିଟର୍’ର ଅଧ୍ୟକ୍ଷ ବ୍ରେଟ୍ ଟେଲର୍ ଟ୍ୱିଟ୍ କରି କହିଥିଲେ, ଉକ୍ତ ‘ମଜର୍ର୍ ଏଗ୍ରିମେଣ୍ଟ୍’କୁ (ଦୁଇଟି କମ୍ପାନିକୁ ମିଶାଯାଇ ନୂଆ କମ୍ପାନି କରାଯିବା ଚୁକ୍ତି) କାଏମ ରଖିବା ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ‘ଟୁଇଟର୍’ ବୋର୍ଡ ଯୋଜନା କରୁଛି ।
ରାଜିନାମା ରଦ୍ଦ ସମ୍ବନ୍ଧରେ ଫାଇଲ୍ କରିଥିବା ଆବେଦନ ପତ୍ରରେ ମସ୍କ୍ଙ୍କ ଓକିଲ କହିଥିଲେ, ବାରମ୍ବାର ଅନୁରୋଧ କରାଯାଇଥିଲେ ବି ‘ଟ୍ୱିଟର୍ ପ୍ଲାଟଫର୍ମ’ରେ ଥିବା ଜାଲ୍ ଆକାଉଣ୍ଟ୍ (ଫେକ୍ ବା ସ୍ପାମ୍ ଆକାଉଣ୍ଟ୍) ବିଷୟରେ ସୂଚନା ଦେବା ପାଇଁ ‘ଟ୍ୱିଟର୍’ ନିରୁତ୍ତର ରହିଛି । କମ୍ପାନିର ବ୍ୟାବସାୟିକ ପରିଚାଳନା ଲାଗି ଜାଲ୍ ଆକାଉଣ୍ଟ୍ ସଂକ୍ରାନ୍ତରେ ସୂଚନା ରଖିବା ଅତ୍ୟାବଶ୍ୟକ ବୋଲି ଉକ୍ତ ଆବେଦନ ପତ୍ରରେ ଉଲ୍ଲେଖ ଥିଲା ।
Comments are closed.