ହାତୀପଲଙ୍କ ଉତ୍ପାତ, ୫ ଏକର ମକା ଫସଲ ନଷ୍ଟ

ନବରଙ୍ଗପୁର, ସେପ୍‌ଟେମ୍ବର ୨୯ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସମ୍ବଲପୁର ଗାଁ ନିକଟ ଜଙ୍ଗଲରେ ହାତୀପଲଙ୍କ ଉତ୍ପାତ । ୫ ଏକର ମକା ଫସଲ ଖାଇଲେ ଓ ଦଳି ନଷ୍ଟ କଲେ ୧୪ ଜଣ ଥିବା ଏକ ହାତୀପଲ । ୨ଟି ଛୁଆ ହାତୀ ସହ ୧୪ଟି ହାତୀ ପଡୋଶୀ ରାଜ୍ୟ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ରିସଗାଁ ରେଞ୍ଜ୍‌ ସଂରକ୍ଷିତ ଜଙ୍ଗଲ ପଟୁ ନବରଙ୍ଗପୁର ଜିଲ୍ଲାକୁ ପଶିଆସିଛନ୍ତି । ସୂଚନାନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ରିସଗାଁ ରେଞ୍ଜ୍‌ ସଂରକ୍ଷିତ ଜଙ୍ଗଲରୁ ହାତୀପଲ ଆସି ନବରଙ୍ଗପୁର ରାଇଘର ବ୍ଲକ ସମ୍ବଲପୁର ଗାଁ ନିକଟ ଜଙ୍ଗଲରେ ପଶିଥିଲେ । ଏହି ୧୪ ଟିକିଆ ହାତୀପଲ ସୋମବାର ବିଳମ୍ବିତ ରାତିରେ ମକା ଫସଲ ଖାଇବା ସହ ଦଳି ମକଚି ନଷ୍ଟ କରି ଛତିଶଗଡ଼ ଜଙ୍ଗଲକୁ ପୁଣି ଫେରି ଯାଇଛନ୍ତି । ଏନେଇ ରାଇଘର ବନ ବିଭାଗ ସୂଚନା ଦେଇଛି । ତେବେ ହାତୀପଲଙ୍କୁ ନେଇ ଏବେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Govt

Comments are closed.