ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ I ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରା ଙ୍କୁ ବାନ୍ଧିଛି ଭିଜିଲାନ୍ସ I ଶ୍ରୀ ସାନ୍ତରାଙ୍କ ପୈତୃକ ବାସଭବନ ସମେ ଏକକାଳୀନ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରୁଥିବାର ଖବର ମିଳିଛି। ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା ଓ ନୟାଗଡ଼ ଓ ରାୟଗଡ଼ାର ମୁନିଗୁଡ଼ା ପାଇକ ଛକରେ ଥିବା ଶଶୁର ଘର ମଧ୍ୟ ଚଢ଼ାଉ ଚାଲିଛି।

ସୂଚନା ଅନୁଯାୟୀ, ରାଜଧାନୀର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟରେ ଜୋନ୍ ଡିସେକ୍ଟର-ଏ ରେ ଥିବା ତିନି ମହଲା କୋଠା, ଭୁବନେଶ୍ୱରର ଜୟଦେବ ବିହାରରେ ନିର୍ମାଣାଧୀନ ଚାରିମହଲା କୋଠା, କୋରାପୁଟ ଜିଲ୍ଲାସୁଙ୍କି ଗେଟରେ ଥବା ୨ ମହଲା କୋଠା ଘର,(ଯାହାକୁ ସେ ମାଇନ୍ସ କର୍ମଚାରୀଙ୍କୁ ଭଡାରେ ଦେଇଛନ୍ତି) , କୋରାପୁଟର ଅମ୍ପାଭାଲି-ସିମାଗୋଡାଠାରେ ଅଫିସ୍ ଚାମ୍ବର,ପ୍ଲଟ୍ ନଂ ୬୩ / ଏ, ସେକ୍ଟର-ଏ, ଜୋନ୍-ଡି, ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଉପରେ ଅବସ୍ଥିତ ଗ୍ଲୋବାଲ୍ ଇଞ୍ଜିନିୟର୍ସର ବ୍ୟବସାୟ ପରିସର, ନୟାଗଡ଼ର ଓଡ଼ଗାଁ ଥାନା ପାଟନା ସାହି, ପୈତୃକ ଘରେ ଆଜି ସକାଳ ଠାରୁ ଏହି ଚଢ଼ାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଆୟାବହିର୍ଭୁତ ସମସ୍ତ ସମ୍ପତ୍ତିର ଆକଳନ କରାଯାଇ ପାରିନାହିଁ I ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ଜଣେ ଡେପୁଟି ଏସ୍‌ପି, ୪ଜଣ ଇନ୍ସପେକ୍ଟର, ଜଣେ ସବ୍ ଇନ୍ସପେକ୍ଟର ଓ ୭ଜଣ ଏଏସ୍‌ଆଇ ଏହି ଚଢ଼ାଉରେ ସାମିଲ ଅଛନ୍ତି।

Launching Ceremony of “AYUSHMAN BHARAT

Comments are closed.