ବିଶ୍ବରେ ଏଭଳି ଅନେକ ଭୂକମ୍ପ ରହିଛି ଯାହା ନିଜର ଭୟାବହତା କାରଣରୁ ଆଜି ବି ଲୋକଙ୍କ ମନରେ ଭୟ ସୃଷ୍ଟି କରିଥାଏ । ଆଜି ବି ସେହି ଅନୁଭୂତିକୁ ମନେପକାଇ ଲୋକମାନେ ଶଙ୍କି ଯାଇଥାଆନ୍ତି । ଆସନ୍ତୁ ସେହିଭଳି କିଛି ଘଟଣା ସମ୍ପର୍କରେ ଅଳ୍ପରେ ଜାଣିବା ।
ଭାରତ ମହାସାଗର (୨୦୧୨)
୨୦୧୨ରେ ଏପ୍ରିଲ ୧୧ରେ ଭାରତ ମହାସାଗରେ ଦେଖିବାକୁ ମିଳିଥିଲା ଭୟଙ୍କର ଭୂକମ୍ପ । ତେବେ ଭୂକମ୍ପ ଆରମ୍ଭରୁ ଏହାର ତୀବ୍ରତା ଏତେ ମାତ୍ରାରେ ଥିଲା କି ଅଧିକାରୀମାନେ ସ୍ଥାନୀୟ ଅଞ୍ଚଳରେ ସୁନାମୀର ସଙ୍କେତ ଦେଇଥିଲେ । ହେଲେ ପରେ ଏହା କେବଳ ଭୂକମ୍ପରେ ସୀମିତ ରହିଥିଲା । ତେବେ ଏହା ଗୋଟିଏ ନୁହେଁ ବରଂ ୩ଟି ଭୂକମ୍ପ ହୋଇଥିଲା । ରିକ୍ଟରସ୍କେଲରେ ଏହାର ମାପ ଥିଲା ୮.୬ ରୁ ୮.୨ । ଏହି ସମୟରେ ଅନେକ କ୍ଷୟକ୍ଷତି ହୋଇଥିବାବେଳେ ଅନେକ ଲୋକଙ୍କର ପ୍ରାଣହାନୀ ମଧ୍ୟ ଘଟିଥିଲା । କିଛି ଜଣଙ୍କର ହାର୍ଟ ଆଟାକରେ ମୃତ୍ୟୁହୋଇଥିବାବେଳେ କିଛି ଜଣଙ୍କର ଗଛ ପଡି ପ୍ରାଣହାନୀ ଘଟିଥିଲା । ଏହି ଭୂକମ୍ପ କାରଣରୁ ଲୋକମାନେ ଖୁବ ସମସ୍ୟାରେ ପଡିଥିଲେ । ଏହି ଭୂକମ୍ପର ପ୍ରଭାବ ଅନେକ ଦେଶ ଯେପରି ମାଲଦିପ, ଶ୍ରୀଲଙ୍କା,ଭାରତ, ଭୁଟାନ, ଚୀନ, ବାଙ୍ଗଲାଦେଶ, ମିଆମାର, ଥାଇଲାଣ୍ଡ, ସିଙ୍ଗାପୁର, ଭିଏତନାମ ଭଳି ଅନେକ ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଯାହାକୁ ଆଖିରେ ରଖି ଅନେକ ସ୍ଥାନକୁ ଖାଲି କରାଯାଇଥିଲା । ଅନ୍ୟପଟେ ଏହି ସମୟରେ ପାଖାପାଖି ୧୧୧ଟି ଆଫ୍ଟର ସକ୍ ଦେଖିବାକୁ ମିଳିଥିଲା । ଭାରତରେ ମଧ୍ୟ କିଛି ସ୍ଥାନରେ ଭୂକମ୍ପର ଆଫ୍ଟରସକ୍ ଭୟରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଭଳି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ।
ଆଲ୍ୟୁତାଇନ ଆଇଲାଣ୍ଡ
୧୯୪୬ରେ ଆଲ୍ୟୁତାଇନ ଆଇଲାଣ୍ଡରେ ଦେଖିବାକୁ ମିଳିଥିଲା ଭୟଙ୍କର ଭୂକମ୍ପ, ଯାହାର ରିକ୍ଟର ସ୍କେଲରେ ମାପ ଥିଲା ୮.୬ରୁ ୯.୩ ଭିତରେ । ଏହା ରସିଆ ଓ ଆମେରିକା ଭିତରେ ନର୍ଥ ପାସିଫିର୍ ଓସେନରେ ଦେଖିବାକୁ ମିଳିଥିଲା । ତେବେ ଏହି ଭୂକମ୍ପ ଝଟକାରେ ପ୍ରଶାନ୍ତ ମହାସାଗରରେ ସୁନାମୀ ସୃଷଟି ହୋଇଥିଲା, ଯାହା ଅନେକ କ୍ଷୟକ୍ଷତି କରିଥିଲା । ସୁନାମୀ ସମୟରେ ପାଖାପାଖି ୪୨ ମିଟରର ଜୁଆର ଉଠିଥିଲା । ଏହି ସମୟରେ ଢେଉ ୫୦୦ ମାଇଲ ପ୍ରତିଘଣ୍ଟାରେ ଗତି କରିଥିବାର ସୂଚନା ରହିଛି । ଏଥିରେ ପାଖାପାଖି ୧୫୯ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ସୂଚନା ରହିଛି । ସେହିଭଳି ୫୦୦ ପାଖାପାଖି ବିଲ୍ଡିଂ ନଷ୍ଟ ହୋଇଥିବାବେଳେ ଅନେକ କ୍ଷୟକ୍ଷତି ହୋଇଥିଲା । ଲକ୍ଷାଧିକ ଲୋକଙ୍କର ଘର ଭାଙ୍ଗିଥିଲା ସେମାନେ ତାଙ୍କର ଜୀବନର ଜମାପୁଞ୍ଜି ହରାଇଥିଲେ ।
ଆସାମ
ବିଶ୍ବର ଭୟାବହ ଭୂକମ୍ପ ଭିତରେ ଭାରତର ଆସାମ ନାଁ ମଧ୍ୟ ରହିଛି । ୧୯୫୦ରେ ଆସାମରେ ଦେଖିବାକୁ ମିଳିଥିଲା ଭୟଙ୍କର ଭୂକମ୍ପ । ଏହି ଭୂକମ୍ପ ଆସାମ ଓ ତିବେତ୍ତ ମଝିରେ ଦେଖିବାକୁ ମିଳିଥିଲା । ଏହି ଭୂକମ୍ପ ଦୁଇଟି ପ୍ଲେଟ୍ ଯଥା ଇଣ୍ଡିଆନ ଓ ୟୁରାସିଆନ୍ ପ୍ଲେଟ୍ ଭିତରେ ଦେଖିବାକୁ ମିଳିଥିଲା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ଥିଲା ୮.୬ । ଯେଉଁ କାରଣରୁ ଆସାମରେ ଅନେକ ଭୂସ୍ଖଳନ ଦେଖିବାକୁ ମିଳିଥିଲା । ଯେଉଁଥିରେ ସ୍ଥାନୀୟ ଲୋକଙ୍କୁ ଅନେକ କ୍ଷୟକ୍ଷତି ସହିବାକୁ ପଡିଥିଲା । ଏଥିରେ ପାଖାପାଖି ୭୦ଟି ଗାଁ ଗଭୀର କ୍ଷତି ସହିଥିଲା । ଏଠାରେ ଅନେକ କ୍ଷତି ହୋଇଥିଲା । ଏହି ଘଟଣାରେ ପାଖାପାଖି ୫ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ଯେଉଥିରେ ୧୫୦୦ ଶହ ଜଣ ଭାରତୀୟ ଥିବାବେଳେ ୩ ହଜାରରୁ ଅଧିକ ତିବତୀୟ ଲୋକ ଥିଲେ ।
ରାଟ୍ ଆଇଲାଣ୍ଡ, ଆମେରିକା
ଏହି ଆଇଲାଣ୍ଡଟି ପାସଫିକ୍ ଓ ନର୍ଥ ଆମେରିକାନ ଟେକ୍ଟୋନିକ୍ ପ୍ଲେଟ୍ ଭିତରେ ଅବସ୍ଥିତି । ଏଠାରେ ଅନେକ ସମୟରେ ଭୂକମ୍ପର ପ୍ରଭାବ ଏଠାରେ ଦେଖିବାକୁ ମିଳେ । ୧୯୬୫ରେ ଏଠାରେ ହୋଇଥିବା ଭୂକମ୍ପ କାରଣରୁ ସୁନାମୀ ଦେଖିବାକୁ ମିଳିଥିଲା, ଯାହାର ଉଚ୍ଚତା ୧୦ ମିଟର ରହିଥିଲା । ତେବେ ଏହି ଭୂକମ୍ପର ମାତ୍ରା ଅଧିକ ଥିଲେ ମଧ୍ୟ ଏଥିରେ କ୍ଷୟକ୍ଷତି ଖୁବ କମ ହୋଇଥିଲା ।
ଚିଲି ଭୂକମ୍ପ
୨୦୧୦ରେ ଚିଲିରେ ଦେଖିବାକୁ ମିଳିଥିଲା ଭୟଙ୍କର ଭୂକମ୍ପ ଯେଉଁଥିରେ ସୁନାମୀ ଫଳରେ ଅନେକ ଲୋକଙ୍କର କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା । ୨୦୧୦ ଫେବ଼ୃଆରୀ ମାସରେ ଦେଖିବାକୁ ମିଳିଥିଲା ଭୟଙ୍କର ଭୂକମ୍ପ ଯାହାର ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୮.୮ । ଏହି କାରଣରୁ ଏକ ଭୟଙ୍କର ସୁନାମୀର ଜନ୍ମ ହୋଇଥିଲା । ଯାହାଫଳରେ ଚିଲିର ଅନେକ ସହର ଏଥିରେ ପ୍ରଭାବିତ ହୋଇଥିଲେ । ପାଖାପାଖି ୫୩ଟି ଦେଶରେ ସୁନାମୀକୁ ନେଇ ଚେତାବନୀ ଦିଆଯାଇଥିଲା । କାଲିଫର୍ଣ୍ଣିଆର କିଛି ଅଂଶ ମଧ୍ୟ ଏଥିରେ ପ୍ରଭାବିତ ହୋଇଥିଲା । ଜାପାନର ମଧ୍ୟ କିଛି ଅଂଶ ଏଥିରେ ପ୍ରଭାବିତ ହୋଇଥିଲା । ଏଥିରେ ପାଖାପାଖି ୫୨୫ ଜଣଙ୍କର ମୃତ୍ୟୁହୋଇଥିବାବେଳେ ୨୫ ଜଣ ନିଖୋଜ ହୋଇଯାଇଥିଲେ । ଏହି ଭୂକମ୍ପଟି ପାଖାପାଖି ୩ମିନିଟ୍ ପର୍ଯ୍ୟନ୍ତ ରହିଥିଲା । ଏହି ଭୂକମ୍ପ ପରର ଝଟକା ଭାବେ ପାଖାପାଖି ୧୩୦ ଟି ଆଫଟର ସକ୍ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅନେକ କ୍ଷୟକ୍ଷତି ହୋଇଥିଲା ।
ସେଭେରୋ କୁରିଲସିକ୍, ରୁଷ
୧୯୫୨ ମସିହାରେ ରୁଷରେ ଦେଖିବାକୁ ମିଳିଥିଲା ଭୟଙ୍କର ଭୂକମ୍ପ । କୁରଲି ଆଇଲାଣ୍ଡରେ ଥିବା ସେଭେରୋ କୁରିଲସିକରେ ଏହି ଭୂକମ୍ପ ଦେଖିବାକୁ ମିଳିଥିଲା । ଏହି ଭୂକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ରହିଥିଲା ୮.୫ ରୁ ୯.୦ । ଏହି ଭୂକମ୍ପର ମାତ୍ରା ଏତେ ଅଧିକ ଥିଲା ଯେ ଏହାର ପ୍ରଭାବରେ ସୁନାମୀ ସୃଷ୍ଟି ହୋଇଥିଲା । ସୁନାମୀ ସମୟରେ ୧୮ ମିଟର ବା ୬୦ ଫୁଟର ଜୁଆର ଉଠୁଥିବାର ଦେଖିବାକୁ ମିଳିଥିଲା । ଏହି ଭୟଙ୍କର ଭୂକମ୍ପ ଓ ସୁନାମୀ କାରଣରୁ ଅନେକ କ୍ଷୟକ୍ଷତି ହେଉଥିବାର ଦେଖିବାକୁ ମିଳିଥିଲା । ଏଥିରେ ପାଖାପାଖି ୨୩୩୬ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଥିଲା । ସୁନାମି ପାଖାପାଖି ୧୩୦ କିମି ମାଡିଯାଇଥିଲା ଯେଉଁଥିରେ ଅନେକ କ୍ଷୟକ୍ଷତି ହେଉଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ସମୟରେ ସଚେତନତାର ଅଭାବ କାରଣରୁ ଏଠାରେ ଅନେକ କ୍ଷୟକ୍ଷତି ହୋଇଥିବାର ସୂଚନା ରହିଥିଲା । ଏଠାରେ ବାସ କରୁଥିବା ଲୋକମାନେ ଏହି ଯାଗା ସମ୍ଭନ୍ଧରେ ଖୁବ କମ ଜାଣିଥିଲେ ତେଣୁ ସୁନାମି ସମୟରେ ସେମାନଙ୍କୁ ଉଦ୍ଧାର କରିବା ସହଜ ହୋଇ ନଥିଲା । ସେହିଭଳି ସୁନାମି ଆସିବା ସମୟରେ ମଧ୍ୟ ସେମାନେ ନିଜ ଜୀବନ ବଞ୍ଚାଇବାରେ ଅସମର୍ଥ ହୋଇଥିଲେ ।