ବିଶ୍ୱର ପ୍ରଥମ ପେପର୍‌ଲେସ୍‌ ସରକାର ତିଆରି କଲା ଦୁବାଇ

ଦୁବାଇ: ଡିସେମ୍ବର ୧୪: ବୃକ୍ଷ କଟାକୁ ରୋକିବା ସକାଶେ କାଗଜର ବ୍ୟବହାରକୁ କମ୍‌ କରିବାକୁ ବହୁ ଦେଶ ଅଭିଯାନ କରୁଥିଲା ବେଳେ ଦୁବାଇ ଏହି କାର୍ଯ୍ୟରେ ଶପ୍ରତିଶତ ସଫଳ ହୋଇପାରିଛି । ବିଶ୍ୱର ପ୍ରଥମ ଦେଶ ଭାବେ ଦୁବାଇ ଶତପ୍ରତିଶତ କାଗଜବିହୀନ ହୋଇପାରିଛି । ଏନେଇ ଏମିରେଟ୍‌ ର ରାଜକୁମାର ଶେଖ୍‌ ହମଦାନ ବିନ ମହମ୍ମଦ ବିନ ରଶିଦ ଅଲ୍‌ ମକତୁମ ଘୋଷଣା କରିଛନ୍ତି । ଦୁବାଇ ସରକାରଙ୍କ ସବୁ ପ୍ରକାର ବାହ୍ୟ ଓ ଆଭ୍ୟନ୍ତରୀଣ କାରବାର ଏବେ ବିନା କାଗଜରେ କାର୍ଯ୍ୟକାରୀ ହେଉଛି । ସରକାରର ସମସ୍ତ କାର୍ଯ୍ୟ ଶତପ୍ରତିଶତ ଡିଜିଟାଲ ହୋଇଯାଇଛି । ପ୍ରାୟ ୫୦ ବର୍ଷର ଚେଷ୍ଟା ପରେ ଦୁବାଇ ସରକାର ସମୂର୍ଣ୍ଣ ଡିଜିଟାଲ ହୋଇଛି । ଏହାଦ୍ୱାରା ବାର୍ଷିକ ୧୩୦ କୋଟି ଦିରହାମ୍‌ ଏବଂ ୧୪୦ ଲକ୍ଷ ଘଣ୍ଟା ମାନବ ଶ୍ରମ ବଞ୍ଚିପାରୁଛି ବୋଲି ରାଜକୁମାର କରିଛନ୍ତି । ଏକ ବ୍ୟାପକ ଡିଜିଟାଲ ସରକାରୀ ସେବା ପ୍ଲାଟଫର୍ମ ଦ୍ୱାରା ଏହାର ପରିଚାଳନା କରାଯାଉଛି ।

ସୂଚନ ଥାଉଯେ, ପ୍ରତ୍ୟେକ ବର୍ଷ ବିଶ୍ୱ ପ୍ରାୟ ୩୩. ୬କୋଟି କାଗଜ ତିଆରି କରୁଛି । କାଗଜ ପ୍ରସ୍ତୁତ କରିବାରେ ଯେଉଁ ରୂପରେ ଗଛ କଟା ଚାଲିଛି, ସେହିପରି ବୃକ୍ଷରୋପଣ ହୋଇପାରୁନାହିଁ । ଫଳରେ ଗଛର ସଂଖ୍ୟା ଧୀରେ ଧୀରେ କମି କମି ଯାଉଛି । ୫ ଦଶନ୍ଧି ଭିତରେ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ଡିଜିଟାଇଜ୍‌ କରିବା ପାଇଁ ଦୁବାଇ ଲକ୍ଷ୍ୟ ରଖିଛି । ଆମେରିକା, ବ୍ରିଟେନ୍‌, ୟୁରୋପ ଓ କାନାଡ଼ା ପରି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ ସରକାରୀ କାରବାରକୁ ଅଧିକ ମାତ୍ରାରେ ଡିଜିଟାଇଜ୍‌ କରିବାକୁ ଚେଷ୍ଟା କରୁଛନ୍ତି ।

Govt

Comments are closed.