ସିରିଆ ଉପକୂଳରେ ଡଙ୍ଗାବୁଡ଼ି ୭୧ ମୃତ

ଦମାସ୍କସ୍‌: ଯୁଦ୍ଧଗ୍ରସ୍ତ ସିରିଆରେ ମାନବୀୟ ସଂକଟ ବଢିବାରେ ଲାଗିଛି । ଗୁରୁବାର ରାତିରେ ସିରିଆ ଉପକୂଳରେ ଶରଣାର୍ଥୀ ଓ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବାରୁ ୭୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଡଙ୍ଗାଟି ଉତ୍ତର ଲେବାନନର ମିନିଆରୁ ବାହାରିଥିଲା ଓ ୟୁରୋପ ଅଭିମୁଖେ ଯାଉଥିଲା । ଏଥିରେ ୧୨୦ରୁ ୧୫୦ ଲୋକ ଥିଲେ ।

ସିରିଆ ଉପକୂଳରେ ଡଙ୍ଗାବୁଡ଼ି ୭୧ ମୃତ

ସିରିଆର ଉଦ୍ଧାରକାରୀ ଦଳ ୨୦ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଆଉ କିଛି ଲୋକ ନିଖୋଜ ଅଛନ୍ତି । ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ଲେବାନନର ଅକର ଅଞ୍ଚଳର ବୋଲି ଜଣାପଡ଼ିଛି ।
ଏହି ଦୁର୍ଘଟଣାରେ କିଛି ପରିବାରର ଏକାଧିକ ସଦସ୍ୟ ନିହତ ହୋଇଛନ୍ତି । ଶୁକ୍ରବାର ସକାଳେ କିଛି ମୃତ ଲୋକଙ୍କୁ କବର ଦିଆଯାଇଛି । ଉପସାଗରୀୟ ଦେଶ ଲେବାନନରେ ଏବେ ଗୁରୁତର ଆର୍ଥିକ ସଂକଟ ଦେଖାଦେଇଛି ଓ ଲେବାନିଜ୍‌ ପାଉଣ୍ଡ୍‌ ଗତ ବର୍ଷକ ମଧ୍ୟରେ ୯୦ ପ୍ରତିଶତ ହ ୍ରାସ ପାଇଛି ।

ସିରିଆ ଉପକୂଳରେ ଡଙ୍ଗାବୁଡ଼ି ୭୧ ମୃତ

ଏହା ଫଳରେ ଲୋକମାନଙ୍କ କ୍ରୟ କ୍ଷମତା ହ ୍ରାସ ପାଇଛି ଓ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଯାଇଛନ୍ତି ଓ ଦାରିଦ୍ର୍ୟ ମଧ୍ୟରେ ରହୁଛନ୍ତି । ଏକ ଉତ୍ତମ ଜୀବନ ଆଶାରେ ସେମାନେ ଜଳପଥରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ୟୁରୋପ ପଳାଇଯାଉଛନ୍ତି । ସେହିପରି ସିରିଆରେ ଯୁଦ୍ଧ ଚାଲିଥିବାରେ ସେଠାକାର ଲୋକଙ୍କ ଅବସ୍ଥା ଦୟନୀୟ ହୋଇଯାଇଛି । ଏହି କାରଣରୁ ଲୋକମାନେ ଜଳଯାତ୍ରା କରି ୟୁରୋପ ପଳାଇ ଯାଉଛନ୍ତି ।

Govt

Comments are closed.