ଦୋଳ ପୂର୍ଣ୍ଣିମାରେ ନିଆରା ପରମ୍ପରା

ସମୟ ଲାଇଭ,୧୧/୩ (ସଂଗ୍ରାମ କେଶରୀ ମହାପାତ୍ର): ପୁରୀ ଜିଲ୍ଲା ଗୋପ ବ୍ଳକ ବନାଖଣ୍ଡି ପଞ୍ଚାୟତ ର ସାରଡା ଗ୍ରାମରେ ଦୋଳ ପୁଣ୍ଣିମା ଦିନ ଏକ ନିଆରା ଢଙ୍ଗରେ ଗୋପାଳ ଜିୟୁଙ୍କ ସହ ଗ୍ରାମ ଵାସୀ ପାଳନ କରଛନ୍ତି ହୋଲି ପର୍ବ।
ଗାଁର ବୃଦ୍ଧ ଠାରୁ ଆରମ୍ଭ କରି କୁନି କୁନି ପିଲା ଓ ମହିଳା ମାନେ ସମଗ୍ର ଏକତ୍ରିତ ହୋଇ ଗାଁ ଦାଣ୍ଡ ରେ ହୋଲି ଖେଳି ପରସ୍ପର କୁ ବିଭିନ୍ନ ରଙ୍ଗ ବୋଳି ହୋଇଥିଲେ। ଘୋଡ଼ା ନାଚ ,ଢୋଲ ବାଜା ନାଗା କାଳିକା ଓ ଶଙ୍ଖ, ହରବୋଲ ହୁଳହୁଳି ଧ୍ଵନି ରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥିଲା। ରୋଷଣୀ ମାଧ୍ୟମରେ ସାରଡା ଛକଠାରୁ ଶହଶହ ମହିଳା ପୁରୁଷ ବାଜାର ତାଳେ ତାଳେ ଶ୍ରୀଜୀଉଙ୍କ ସହ ହୋଲି ଖେଳି ଗାଁ ବୁଲିବା ପରେ ଗାଁ ମୁଣ୍ଡରେ ମେଣ୍ଢ। କୁଡ଼ିଆ ପୋଡିଥିବା ଦେଖିବାକୁ ମିଳିଥିଲା। ଏହି ଖୁସି ର ଦିନକୁ ଆହୁରି ଅଧିକ ଆଡ଼ମ୍ବରରେ ପାଳନ କରିବାକୁ ସମସ୍ତ ଙ୍କ ଘରକୁ ବନ୍ଧୁ ବାନ୍ଧବ ଆସି ପହଂଚିଥିଲେ। ସମସ୍ତେ ମିଳିମିଶି ଘରେ ପିଠାପଣା କରିବା ସହିତ ଶ୍ରୀଜୀଉଙ୍କ ସହ ହୋଲି ଖେଳି ବହୁତ ଖୁସି ହୋଇଥିବା ଗ୍ରାମବାସୀ ପ୍ରକାଶ କରନ୍ତି।

Launching Ceremony of “AYUSHMAN BHARAT

Comments are closed.