ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ

ସମୟ ଲାଇଭ,୧୧/୨( ଶିବଦତ୍ତ ପାତ୍ର): ଗତକାଲି ରାତ୍ର ପ୍ରାୟ 11.30ସମୟରେ ପୁରୀ ରୁ ଦର୍ଶନ ସାରି ଫେରୁଥିବା ଏକ ଯାତ୍ରୀବାହୀ ବୁସ୍ ଦୁର୍ଘଟଣାର ସମ୍ମୁଖିନ ହୋଇଛି | ସୂଚନା ଥାଉକି ଚନ୍ଦନ ନାମକ ଏକ ଘରୋଇ ବସ ଗତ ଗୁରୁବାର ଦିନଠାରୁ 41ଜଣ ଯାତ୍ରୀଙ୍କୁ ନେଇ ପୁରୀ ବୁଲିବାକୁ ଆସିଥିଲେ ,ଫେରିବା ସମୟରେ ନୟାଗଡ ଜିଲ୍ଲା ନୂଆଗାଁ ଅନ୍ତର୍ଗତ 57 ନମ୍ୱର୍ ଜାତୀୟ ରାଜପଥର ଡିମିରିଝରି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ଉକ୍ତ ଦୁର୍ଘଟଣାରେ 19ଜଣ ଯାତ୍ରୀ ଆହତ ହୋଇଥିବାବେଳେ 3ଜଣ ଗୁରୁତର ହୋଇଛନ୍ତି।ନୂଆଗାଁ,ନୟାଗଡ ଅଗ୍ନିସମବହିନି ଦ୍ବାରା ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର 3ଜଣଙ୍କୁ ଭବନେଶ୍ଵ ର ସ୍ଥାନାନ୍ତର କରାଯାଇଥିବା ସୂଚନା।

Comments are closed.