ଦୀପାବଳିରେ କୁକୁରକୁ ପୂଜା
ଦୀପାବଳିରେ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପ୍ରକାରର ପୂଜା କରାଯାଇଥାଏ । ସେହିଭଳି ଏକ ଅଜବ ପୂଜା ନେପାଳରେ କରାଯାଇଥାଏ । ଯେଉଁଥିରେ କୁକୁରଙ୍କୁ ଦୀପାବଳି ଅବସରରେ ପୂଜା କରାଯିବାର ପରମ୍ପରା ରହିଛି । ଏହିଦିନ କୁକୁରଙ୍କୁ ଫୁଲମାଳ ପିନ୍ଧାଯିବା ସହିତ ଲାଲ ଟିକା ଲଗାଯାଇ ପୂଜା କରାଯାଇଥାଏ । ଏହାପରେ ତାଙ୍କୁ ବନ୍ଦାପନା କରାଯିବା ସହିତ ମାଂସ, କ୍ଷୀର ଓ ବିଭିନ୍ନ ପ୍ରକାରର ଖାଦ୍ୟ ଦିଆଯାଇଥାଏ । ଏହି ପୂଜାକୁ ସ୍ଥାନୀୟଭାଷାରେ କୁକୁର ତିହାର କୁହାଯାଇଥାଏ । ଏହି ସମୟରେ ପୋଷା କୁକୁରଙ୍କ ସହିତ ରାସ୍ତାରେ ବୁଲୁଥିବା କୁକୁରଙ୍କର ମଧ୍ୟ ପୂଜା କରାଯାଇଥାଏ । କୁକୁରଙ୍କୁ ଏଠାରେ ମୃତ୍ୟୁ ଦେବତାଙ୍କର ଦୂତ ବୋଲି ସମ୍ଭୋଧନ କରାଯାଇଥାଏ । ତେଣୁ କୁକୁରର ପୂଜା କରାଯାଇଥାଏ ।
