ସେନାରେ କୁକୁରଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥାଏ । ଏଭଳି ଅନେକ ମିଶନ ରହିଥାଏ ଯେଉଁଥିରେ କୁକୁରଙ୍କର ବ୍ୟବହାର କରାଯାଇଥାଏ । ସେହିଭଳି ଏକ ସୂଚନା ବର୍ତ୍ତମାନ ସମସ୍ତଙ୍କର ଧ୍ୟାନ ଆକର୍ଷିତ କରିଛି । କୋଲମ୍ବିଆରେ ଆହତ ସୈନିକଙ୍କର ଚିକିତ୍ସା କୁକୁରଙ୍କ ସହାୟତାରେ କରାଯାଉଛି । ଏଥିନିମନ୍ତେ ବୋଗୋଟାର ସେଣ୍ଟ୍ରାଲ ମିଲିଟ୍ରି ହସ୍ପିଟାଲ କ୍ରେଟୋସ, ରାଫା ଓ ଲୁପା ନାମକ ଇମସୋନାଲ ସପୋର୍ଟ ଡଗସର ଏକୟୁନିଟ ପ୍ରସ୍ତୁତ କରିଛି । ଏହି ନୂଆୟୁନିଟର ନାଁ ରହିଛି ଫରୀ ଫୋର୍ସ, ଯାହା ଯୁଦ୍ଧରେ ଆହତ ହୋଇଥିବା ସୈନିକଙ୍କୁ ମାନସିକ ସ୍ତରରେ ସମର୍ଥନ କରୁଛନ୍ତି । ଏହି କୁକୁରମାନେ ସେମାନଙ୍କର ସାହାସ ବଢାଇବା ସହିତ ସେମାନଙ୍କୁ ମାନସିକ ସ୍ତରରେ ଶକ୍ତିଶାଳୀ କରୁଛନ୍ତି । ଯେଉଁକାରଣରୁ ଆହତ ସୈନିକ ଜଲଦି ସୁସ୍ଥ ହେଉଥିବାନେଇ ଡାକ୍ତରମାନେ ମତ ଦେଇଛନ୍ତି । ଏହି ଥେରାପି ସୈନିକଙ୍କ ପାଇଁ ଖୁବ ଉପଯୋଗୀ ସାଜିଛି ।
