ମା’ଙ୍କ ଭସାଣିରେ ବାଜିବନି ଡିଜେ

0

ଭୁବନେଶ୍ୱର : ଏଥର ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣି । ଦୁର୍ଗା ମେଧା ଭସାଣିରେ ବାଜିବନି ଡିଜେ । ଏହା ସହ ଲେଜର ଲାଇଟ ଏବଂ ବାଣରେ ମଧ୍ୟ ଲାଗିଲା କଟକଣା । ଆଜି କମିଶନରେଟ ପୁଲିସ୍ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି ।

ପାଖେଇ ଆସୁଛି ମା ମହିଷାମର୍ଦ୍ଦିନୀଙ୍କର ପ୍ରସିଦ୍ଧ ଦୁର୍ଗାପୂଜା। ଏଥିପାଇଁ ସଜେଇ ହେଲାଣି ଗାଁ-ସହର। ବନ୍ଧା ଗଲାଣି ତୋରଣ। ହେଲେ ପୂଜା ଆରମ୍ଭରୁ ଆସିଛି ବଡ଼ ସୂଚନା। ଆଜି ପୁଲିସ୍‌ ସେବା ଭବନଠାରେ କମିସନରେଟ ପୁଲିସ୍ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା, ରାବଣ ପୋଡି ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥର ଦୁର୍ଗା ପୂଜା ଭସାଣରେ ଡିଜେ, ଲେଜର ଲାଇଟ୍ ଏବଂ ବାଣ ଫୁଟାଇବା ବାରଣ କରାଯାଇଛି। କେବଳ ପାରମ୍ପରିକ ବାଜାରେ ମାଙ୍କ ଭସାଣ କରାଯିବ।

Govt
Leave A Reply

Your email address will not be published.