ଦୀପାବଳୀରେ ଜଳିବ ୪ ଲକ୍ଷ ଦୀପ

ସମୟ ଲାଇଭ୍‍,୧୫/୧୦:  ଶ୍ରୀରାମ ନଗରୀ ‘ଅଯୋଧ୍ୟା’ରେ ଆଲୋକର ପର୍ବ ଦୀପାବଳିଙ୍କୁ ନେଇ ଖୁବ୍‍ ଉତ୍ସାହ ଲାଗିରହିଛି। ଅଯୋଧ୍ୟାରେ ବିଶେଷ ଉତ୍ସବ ସହ ସର୍ବାଧିକ ସଂଖ୍ୟକ ଦୀପ ଜଳାଇ ଏକ ରେକର୍ଡ଼ ସୃଷ୍ଟି କରିବାର ଯୋଜନା ମଧ୍ୟ ରହିଛି। ଏହି ପର୍ବ ଅବସରରେ ଏଠାରେ ୪ ଲକ୍ଷ ଦୀପ ଲଗାଯିବାର ଯୋଜନା ରହିଛି। ଏହି ରେକର୍ଡ଼କୁ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡ଼ରେ ସାମିଲ କରିବାକୁ ପ୍ରୟାସ କରାଯାଉଛି। ତେବେ ଏବେ ଏ ଅସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
ସେହିପରି ଏହି ଆଲୋକର ପର୍ବକୁ ସଫଳ କାରିବା ପାଇଁ ୫ ଲକ୍ଷ ଦୀପ ପ୍ରସ୍ତୁତ କରିବା ପାଇଁ କୁମ୍ଭାରମାନଙ୍କୁ ନିଯୁକ୍ତ କରାଯାଇଛି।
ସୂଚନା ଥାଉ କି, ଅଯୋଧ୍ୟା ସମେତ ଅନ୍ୟ ଦୁଇସ୍ଥାନରେ ମଧ୍ୟ ଦୀପାବଳି ପାଳନ ପାଇଁ ବିଶେଷ ଯୋଜନା ରଖାଯାଇଛି। ଭରତକୁଣ୍ଡ ଓ ଗୁପ୍ତାରଘାଟରେ ରାଜ୍ୟ ସରକାରଙ୍କ ତରଫରୁ ଦୀପୋତ୍ସବ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଏହା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଦୀପୋତ୍ସବ ପାଳନ କରାଯିବ। ଏହି ନିଆରା ଦୀପୋତ୍ସବ ପାଳନ ଯୋଜନା ଫଳରେ ଅନେକ କୁମ୍ଭାର ଉପକୃତ ହୋଇଛନ୍ତି।

ଚାଇନା ନିର୍ମିତ ଆଲୋକମାଳାରେ ଦୀପାବଳି ପାଳନ ନ ହେଉଥିବାରୁ ତାଙ୍କୁ ଚଳିତ ବର୍ଷ ଅଧିକ ରୋଜଗାରର ସୁଯୋଗ ମିଳିଥିôବା କୁମ୍ଭାର କୁଳ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପଟେ ଚଳିତ ବର୍ଷ ଦୀପ ପାଇଁ ଚକ ଚାଲିଥିବାରୁ ସ୍ଥାନୀୟ କୁମ୍ଭାର ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତେବେ ଯୋଗୀ ସରକାର କ୍ଷମତାକୁ ଆସିବା ପରେ ଅଯୋଧ୍ୟାରେ ଏପରି ପରମ୍ପରା ଦେଖିବାକୁ ମିଳିଛି। ଗତ ବର୍ଷ ଏଠାରେ ୩ ଲକ୍ଷ ୧ହଜାର ୧୫୧ ଦୀପ ଜଳାଯାଇଥିଲା।

Launching Ceremony of “AYUSHMAN BHARAT

Comments are closed.