ଡ଼ାଇବେଟିସକୁ କୁହନ୍ତୁ ଗୁଡବାଏ!

ସମୟ ଲାଇଭ୍‍,୧୫/୧୦: ଡାଇବେଟିସ୍‍ ବା ମଧୁମେହ ରୋଗ ବତ୍ତ ର୍ମାନ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି। ଏହି ରୋଗ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମଧୁମେହ ଏମିତି ଏକ ରୋଗ ଯାହା ଏକାଧିକ ରୋଗକୁ ଜନ୍ମ ଦେଇଥାଏ। ଡାଇବେଟିସ୍‍କୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ପ୍ରକାରର ଔଷଧ ସେବନ କରିବାକୁ ପଡିଥାଏ।
ଡାଇବେଟିସ୍‍ କୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି ତାହେଲେ ଆସନ୍ତୁ ଜାଣିବା କିଛି ଖାଦ୍ୟପେୟ ସମ୍ବନ୍ଧରେ ;
(୧) କଲରା- ଏହା ଡାଇବେଟିସ୍‍ ପାଇଁ ବହୁତ ଉପକାରୀ। ଏଥିରେ କେରାଟିନ ଥାଏ ଯାହା ଶର୍କରା ସ୍ତର କୁ କମ୍‍ କରିଥାଏ ଏବଂ ରକ୍ତକୁ ପରିଷ୍କାର କରିଥାଏ। ସକାଳେ ଖାଲି ପେଟରେ କଲରା ଜୁସ୍‍ କୁ ପିଇପାରିବେ ଏବଂ କଲରାରେ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ମଧ୍ୟ ଖାଇପାରିବେ।

 


(୨) ଡାଲଚିନି- ଏହା କୋଲେଷ୍ଟରକୁ କମାଇବାରେ ସାହାଯ୍ୟ କରିଥାଏ। ଦୁଇ ବା ତିନୋଟି ଡାଲଚିନିକୁ ପାଣିରେ ଫୁଟାଇ ଖାଲିପେଟରେ ଛାଣିକି ପିଇପାରିବେ। ଏହା ରକ୍ତରେ ଶର୍କରା ସ୍ତରକୁ କମ୍‍ ସ୍ତର କୁ କମାଇବାରେ ବହୁ ମାତ୍ରାରେ ସାହାର୍ଯ୍ୟ କରିଥାଏ।


(୩) ମେଥି- ଦୁଇ ଚାମଚ ମେଥି ଦାନା କୁ ରାତିରେ ଅଳ୍ପ ପାଣିରେ ଭିଜାଇ ସକାଳେ ଏହାକୁ ଛାଣି ପିଇପାରିବେ। ଏହା ପାନକ୍ରିୟାଜକୁ ସକ୍ରିୟ କରି ଇନସୁଲିନର କ୍ଷରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ।
(୪) ଜାମୁକୋଳି- ଜାମୁକୋଳି ମଞ୍ଜି ଡାଇବେଟିସ୍‍ ପାଇଁ ଖୁବ୍‍ ଲାଭଦାୟକ, ଏହାର ମଞ୍ଜିକୁ ଶୁଖାଇ ଗୁଣ୍ଡ କରି ଏକରୁ ଦୁଇ ଚାମଚ ପାଣିରେ ମିଶାଇ ପିଇପାରିବେ।


(୫) ତୁଳସୀ ପତ୍ର- ଏହା ଆମର ଇନସୁଲିନ ସ୍ତର କୁ ବଢାଇବାରେ ସାହାଯ୍ୟଞ୍ଜ କରିଥାଏ। ଏଥିରେ ଆଣ୍ଟି ଅକ୍ସିଡ଼ାଣ୍ଡ ପରିମାଣ ଅଧିକ ଥାଏ। ତେଣୁ ଏହା ଆପଣଙ୍କ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

Comments are closed.