୨ ରୁ ୩ ଦିନ ପଞ୍ଚାୟତ ଗସ୍ତ କରିବେ ବିଭାଗୀୟ ସଚିବ

ଭୁବନେଶ୍ବର : ଜିଲ୍ଲା ସହ ପଞ୍ଚାୟତ ଓ ବ୍ଲକ୍‌କୁ ଯିବେ ସଚିବ । ସଚିବ ମାନେ ୨ ରୁ ୩ ଦିନ ପଞ୍ଚାୟତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଜୁନ୍‌ରୁ ଅଗଷ୍ଟ ମାସ ମଧ୍ୟରେ ସଚିବ ମାନେ ଗସ୍ତ କରିବାନେଇ ନିର୍ଦେଶନାମା ଜାରି ହୋଇଛି । ୧୬ଟି ଜିଲ୍ଲାର ୨୯ଟି ଆକାଂକ୍ଷୀ ବ୍ଲକ୍ ଗସ୍ତ କରିବେ ସଚିବ । ଏହି ଗସ୍ତ ସମୟରେ ଜିଲ୍ଲପାଳଙ୍କ ସହ ବୈଠକ କରି ପ୍ଲାନ୍ ପ୍ରସ୍ତୁତ କରିବେ । ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବେ ।

ସେହିପରି ଜମିଜମା ପଞ୍ଜୀକରଣ ପାଇଁ ଇ-ରେଜିଷ୍ଟ୍ରେସନ ଆପ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋବାଇଲ ଆପରେ ମିଳିବ ସମସ୍ତ ରାଜସ୍ବ ସେବା ମିଳିଯିବ। ଏଣିକି ଛୋଟମୋଟ କାମ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ଆର୍‌ଆଇ ଅଫିସ ବା ରାଜସ୍ବ କାର୍ଯ୍ୟାଳୟ। ଜମିଜମା ପଞ୍ଜୀକରଣ ପାଇଁ ଅନ୍‌ଲାଇନ୍‌ ସ୍ଲଟ ବୁକିଂ ସୁବିଧା ହେବ।

Govt

Comments are closed.