ଜିନୋମ ତଥ୍ୟକୁ ସଂରକ୍ଷିତ କରିବ ‘ଡିଜିଟାଲ ଲାଇବ୍ରେରୀ’

ପରିବର୍ତ୍ତିତ ପାଣିପାଗ ଏବଂ ଗ୍ରୀନ୍‌ ହାଉସ୍‌ ଗ୍ୟାସ ବୃଦ୍ଧି କାରଣରୁ ଫଳର ସ୍ୱାଦ ଏବଂ ପୋଷଣ ଧୀରେ ଧୀରେ ହ୍ରାସ ହେଉଛି ବୋଲି ନିକଟରେ ବୈଜ୍ଞାନିକମାନେ ସୂଚନ ଦେଇଛନ୍ତି । କେବଳ ଫଳରେ ପରିବର୍ତ୍ତନ ଦେଖାଯାଉ ନାହିଁ ବରଂ ଜୀବଜନ୍ତୁ ଓ ଉଦ୍ଭିଦ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି । ଯାହା ଏକ ଗଭୀର ଚିନ୍ତାର କାରଣ । ଏହି ସମସ୍ୟାର ନିବାରଣ କରିବାକୁ ଯାଇ ବୈଜ୍ଞାନିକମାନେ ନିଆରା ତଥ୍ୟ ସଂରକ୍ଷିତ ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି ।

ଜିନୋମ ତଥ୍ୟକୁ ସଂରକ୍ଷିତ କରିବ ‘ଡିଜିଟାଲ ଲାଇବ୍ରେରୀ’
ଆସନ୍ତା ପିଢିଙ୍କ ପାଇଁ ବୈଜ୍ଞାନିକ ଡିଜିଟାଲ ଲାଇବ୍ରେରୀ ବାହାର କରିଛନ୍ତି । ଏହି ବୃହତ୍ତର ପ୍ରକଳ୍ପ ଆରମ୍ଭ କରିଛି ‘ଦି ଆର୍ଥ ବିଗ୍‌ଜିନୋମ୍‌ ପ୍ରୋଜେକଫ (ଇବିପି)’ । ଏହି ପ୍ରକଳ୍ପ ଅଧୀନରେ ୩୦୦୦ ଜିନୋମକୁ ତଥ୍ୟକୁ କ୍ରମାନ୍ୱୟ ଭାବେ ସଂରକ୍ଷିତ କରି ରଖାଯିବ । ଏହି ପ୍ରକଳ୍ପକୁ ୨୦୧୮ରେ ଲଞ୍ଚ କରାଯାଇଥିଲା । ଯାହାର ଉଦ୍ଦେଶ୍ୟ ପୃଥିବୀରେ ଥିବା ବିଭିନ୍ନ ଉଦ୍ଭିଦ, ପ୍ରାଣୀ ଓ କବକର ଡିଏନ୍‌ଏ ସିକୁ୍ୟଏନ୍ସର ଏ ଡିଜିଟାଲ ଲାଇବ୍ରେରୀ ପ୍ରସ୍ତୁତ କରିବା ।

ଜିନୋମ ତଥ୍ୟକୁ ସଂରକ୍ଷିତ କରିବ ‘ଡିଜିଟାଲ ଲାଇବ୍ରେରୀ’
ଏହି ଡିଜିଟାଲ ଲାଇବ୍ରେରୀ ଆସନ୍ତା ପିଢି ପାଇଁ ବେଶ୍‌ ଉପଯୋଗୀ ହେବ ବୋଲି ସେମାନେ ଆଶା ରଖିଛନ୍ତି । ପାଣିପାଗରେ ପରିବର୍ତ୍ତନ ଓ ବିଶ୍ୱ ତାପମାନ କାରଣରୁ ପୃଥିବୀର ପ୍ରାୟ ୫୦ ପ୍ରତିଶତ ଜୈବବିବିଧତା ନଷ୍ଟ ହୋଇସାରିଲାଣି । ଏପରି ସ୍ଥଳେ ଏହି ଡିଜିଟାଲ ଲାଇବ୍ରେରୀ ଭବିଷ୍ୟତରେ ବେଶ୍‌ ଉପଯୋଗୀ ହେବ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.