ନୂଆଦିଲ୍ଲୀ: ବର୍ମିଂହାମ୍ରେ ଆୟୋଜନ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ପୂର୍ବରୁ ଭାରତକୁ ଝଟକା ଲାଗିଛି । ତାରକା ଧାବିକା ଧନଲକ୍ଷ୍ମୀ ଡୋପ୍ ଟେଷ୍ଟରେ ଧରାପଡିଛନ୍ତି । ଏହି କାରଣରୁ ୪ ଗୁଣା ୧୦୦ ମିଟର ରିଲେ ରେସ୍ରେ ଭାରତର ମେଡ଼ାଲ ଜିତିବା ସମ୍ଭାବନା ଖୁବ୍ କମ୍ ରହିଛି । ଧନଲକ୍ଷ୍ମୀ ଗତବର୍ଷ ଦୂତି ଚାନ୍ଦଙ୍କୁ ୧୦୦ ମିଟର ଦୌଡ଼ରେ ହରାଇ ବେଶ ଚର୍ଚ୍ଚାରେ ରହିଥିଲେ । ଏହା ଛଡା ଧନଲକ୍ଷ୍ମୀ ଗତ ମାସରେ ୨୦୦ ମିଟର ଦୌଡ଼ରେ ହିମା ଦାସଙ୍କୁ ମାତ ଦେଇଥିଲେ ।
ଡୋପ୍ ଟେଷ୍ଟ ପାଇଁ ଧନଲକ୍ଷ୍ମୀଙ୍କ ନମୂନା ଏଆଇୟୁ ସଂଗ୍ରହ କରିଥିଲା । ଧନଲକ୍ଷ୍ମୀଙ୍କ ନମୂନାରେ ଷ୍ଟିରଏଡ ମିଳିଛି । ଯେଉଁଥି ପାଇଁ ତାଙ୍କୁ ବାଦ ଦିଆଯାଇଛି । ତେଣୁ ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇପାରିବେ ନାହିଁ । ଏହା ବ୍ୟତୀତ ଧନଲକ୍ଷ୍ମୀଙ୍କ ବିଶ୍ୱ ଚାମ୍ପିଅନ୍ସିପ୍ରେ ଭାଗ ନେବା ଉପରେ ରୋକ୍ ଲଗାଯାଇଛି ।
ଧନଲକ୍ଷ୍ମୀ ଗତବର୍ଷ ଟୋକିଓ ଅଲିମ୍ପିକ୍ରେ ଭାଗ ନେଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡାର ୪୦୦ ମିଟର ରିଲେ ଦଳରେ ହିମା ଦାସ ଓ ଦୂତି ଚାନ୍ଦଙ୍କ ସହ ସାମିଲ ଥିଲେ ଧନଲକ୍ଷ୍ମୀ । ସେ ୪୦୦ ମିଟର ବ୍ୟତୀତ ୧୦୦ ମିଟର ବର୍ଗରେ ମଧ୍ୟ ଅଂଶଗ୍ରହଣ କରିବାର ଥିଲା । ଧନଲକ୍ଷ୍ମୀ ବିଶ୍ୱ ଚାମ୍ପିଅନ୍ସିପରେ ଭାଗ ନେବା ପାଇଁ ଆମେରିକା ଗସ୍ତ କରିନାହାନ୍ତି । ତାଙ୍କ ନାମ ଆୟୋଜକ ବାଦ ଦେଇଛନ୍ତି ।

Comments are closed.