ICU ରେ ଧଳ ସାମନ୍ତ

କଟକ : ଆଇସିୟୁରେ ସୁଶାନ୍ତ ଧଳସାମନ୍ତ। କଟକ SCB କାର୍ଡିଓଲୋଜି ଆଇସିୟୁରେ ଭର୍ତି ହୋଇଛନ୍ତି ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ । ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ଦେଇଛନ୍ତି ଏସସିବି ମେଡିକାଲର କୂଳ ସଚିବ ଅଭିନାଶ ରାଉତ । ଏନେଇ ସୂଚନା ଦେଇଛନ୍ତି ଜୋନ-୨ ଏସିପି।

ସୁଶାନ୍ତ ଧଳ ସାମନ୍ତଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । ସୁଶାନ୍ତ ଧଳସାମନ୍ତ ପାଇଁ SCBରେ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୋର୍ଟଙ୍କ ବିନା ଅନୁମତିରେ ସୁଶାନ୍ତଙ୍କୁ କେହି ଭେଟିପାରିବେ ନାହିଁ। ବାହାର ଖାଦ୍ୟ ଦିଆଯିବ ନାହିଁ। କେବଳ ମେଡିକାଲ ଖାଦ୍ୟ ଖାଇବେ ସୁଶାନ୍ତ ଧଳସାମନ୍ତ । ACP ଏବଂ IIC ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ବୋଲି କହିଛନ୍ତି ଜୋନ-୨ ଏସିପି I

ସୂଚନାଯୋଗ୍ୟ, ଗତକାଲି ଲାଇଫ ସପୋର୍ଟ ସିଷ୍ଟମ ସାହାଯ୍ୟରେ ନ୍ଧ୍ୟା ୬.୩୦ ରେ ବୁର୍ଲା ଭୀମସାରରୁ ସଧଳସାମନ୍ତକୁ କଟକ ଏସସିବି ଅଣାଯାଇଥିଲା । ଗତ ୧୭ ତାରିଖରେ ବଲାଙ୍ଗିର ଜେଲରୁ ସୁଶାନ୍ତ ଧଳସାମନ୍ତଙ୍କୁ ଅଣାଯାଇଥିଲା ଭୀମସାର। ଭୀମସାରରୁ ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ଯୋଗେ କଟକ ଅଣାଯାଇଥିଲା।ସୁଶାନ୍ତ ଧଳସାମନ୍ତଙ୍କୁ ହାର୍ଟଆଟାକ ସହ ଉଚ୍ଚ ରକ୍ତଚାପର ସମସ୍ୟା ରହିଛି l

Govt

Comments are closed.