ଋଷ୍‌କୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ନିବେଦନ

କିଭ୍‌: ମାର୍ଚ୍ଚ ୦୯ : ଆଜି ରୁଷ -ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୧୪ ଦିନ ହେଲା । ଏହାରି ମଧ୍ୟରେ ୟୁକ୍ରେନର ବିଭିନ୍ନ ସହର ଧ୍ୱଂସ ହେବା ସହିତ ବହୁ ଲୋକ ମୃତୁ୍ୟବରଣ କଲେଣି । ଋଷ୍‌ର ଅମାନବୀୟ ଆକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରାୟ ୨୦ ଲକ୍ଷରୁ ଅଧିକ ୟୁକ୍ରେନ୍‌ବାସୀ ନିଜ ପରିବାର ସହିତ ଦେଶ ଛାଡ଼ିଲେଣି । ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ଓ ମହିଳାମାନେ ମଧ୍ୟ କେହି ରୁଷ୍‌ର ବୋମା ମାଡ଼ରୁ ରକ୍ଷା ପାଇପାରୁ ନାହାନ୍ତି । ଦେଶର ବଡ଼ ବଡ଼ ସହର, ସ୍ଥାପତ୍ୟ, ବ୍ୟବସାୟୀକ କ୍ରେନ୍ଦ, ବିମାନବନ୍ଦର, ଅଟ୍ଟାଳିକା ଆଦି ସବୁ ଧ୍ୱଂସ ପାଇବାକୁ ବସିଲାଣି । ଏହି ସବୁ ବିଧ୍ୱଂସକୁ ନଜରରେ ରଖି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ରୁଷ୍‌କୁ ଆତଙ୍କବାଦୀ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ନିବେଦନ କରିଛନ୍ତି । ସେ ବ୍ରିଟେନ ସରକାର ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ ଏପରି ନିବେଦନ କରିଛନ୍ତି ।

ସୂଚନା ଅନୁସାରେ, ମଙ୍ଗଳବାର ଜେଲେନସ୍କି ବ୍ରିଟେନ ସଂସଦକୁ ସମ୍ବୋଧନ କରିଥିଲେ । ଏହି ସମୟରେ ସବୁ ସାଂସଦ ତାଙ୍କୁ ଛିଡ଼ା ହୋଇ ସାଧୁବାଦ ଜଣାଇଥିଲେ । ୟୁକ୍ରେନ ବେଶ ସାହାସିକତାର ସହ ରୁଷ୍‌ର ଆକ୍ରମଣକୁ ମୁକାବିଲା କରୁଥିବାରୁ ସାଂସଦମାନେ ଜେଲେନସ୍କିଙ୍କୁ ପ୍ରଶଂସା କରିଥିଲେ । ଏହି ସମୟରେ ଜେଲେନସ୍କି ବ୍ରିଟେନ ସଂସଦକୁ ୟୁକ୍ରେନର ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ରୁଷ୍‌ ବିରୋଧରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ଓ ବ୍ରିଟେନ ସାଂସଦମାନଙ୍କୁ ରୁଷକୁ ଏକ ଆତଙ୍କବାଦୀ ରାଷ୍ଟ୍ରର ମାନ୍ୟତା ଦେବାକୁ ନିବେଦନ କରିଥିଲେ । ଏଥିସହ ସେ ମସ୍କୋ ଉପରେ ଆହୁରି କଡ଼ା କଟକଣା ଲଗାଇବାକୁ ମଧ୍ୟ ଦାବି କରିଛନ୍ତି । ସେହିପରି ୟୁକ୍ରେନ ଆକାଶକୁ ସୁରକ୍ଷିତ ରଖିବା ପାଇଁ ବ୍ରିଟେନ ସାଂସଦମାନେ ବ୍ୟବସ୍ଥା କର;ୁ ବୋଲି ଜେଲେନସ୍କି କହିଥିଲେ ।

Launching Ceremony of “AYUSHMAN BHARAT

Comments are closed.