ରାଜଧାନୀରେ ଡେଙ୍ଗୁ ଆତଙ୍କ

ଚନ୍ଦ୍ରଶେଖରପୁର: ଜୁନ ୧୩: ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଥମିବାର ନାଁ ନେଉନି । ଧିରେ ଧିରେ ଡମଣା, ଶ୍ରୀବିହାର, ନୀଳାଦ୍ରିବିହାର ପରେ ଏବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ ବି ମାଡ଼ି ଗଲାଣିଛ ପ୍ରାଚୀ ଏନକ୍ଲେଭ୍‌ । ଦିନ ତଳେ ସରକାରୀ ଭାବେ ଦୁଇଜଣ ଚିହ୍ନଟ ହୋଇଥିବାବେଳେ ଏବେ ଆଉ ୨ଜଣ ଚିହ୍ନଟ ହେଇଥିବା ବିଏମ୍ସି ମେୟର ସୁଲୋଚନା ଦାସ କହିଛନ୍ତି । ମାତ୍ର ସ୍ୱାସ୍ଥ୍ୟ ବିଭାଗ ହିସାବ କହୁଛି ଯେ ଏବେ ସୁଦ୍ଧା ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହା କେବଳ ସରକାରୀ ହିସାବ କହୁଛି କିନ୍ତୁ ବେସରକାରୀ ଭାବେ ଏହା କେତେ ବଢିଛି ତାର କୌଣସି ହିସାବ ନାହିଁ । ଡେଙ୍ଗୁ ମୃତ୍ୟୁର ତିନି ଦିନ ପରେ ବି ବିଏମ୍ସି ପକ୍ଷରୁ ଏପର୍ଯ୍ୟନ୍ତ ସଚେତନତା ଗାଡ଼ି ବୁଲି ନାହିଁ । କିଛି ଅଞ୍ଚଳରେ ସ୍ଥାନୀୟ କର୍ପୋରେଟରଙ୍କ ହସ୍ତକ୍ଷେପ ପରେ ସଫେଇ ହେଉଛି । ମାତ୍ର ମଶା ତେଲ କିମ୍ବା ମଶା ଧୂଆଁ ଏପର୍ଯ୍ୟନ୍ତ ସବୁ ଅଞ୍ଚଳରେ ପହଞ୍ଚି ପାରିନାହିଁ । ତେବେ ଆକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହା ନେଇ କେବେ ଖୋଲିବ ପ୍ରଶାସନର ଆଖି ତାରି ଉପରେ ସମସ୍ତଙ୍କର ନଜର ।

Govt

Comments are closed.