ଭାରତ ହେବ ପ୍ରତିରକ୍ଷା ସାମଗ୍ରୀର ପେଣ୍ଠସ୍ଥଳୀ

ଭାରତ ପ୍ରତିରକ୍ଷା କ୍ଷତ୍ରରେ ହେବ ଆତ୍ମନିର୍ଭରଶୀଳ

ସମୟ ଲାଇଭ,୧୯/୧୦: ପ୍ରତିରକ୍ଷା କ୍ଷତ୍ରରେ ଆଉପାଦେ ଆଗେଇଛି ଭାରତ। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକୁ ୩ଗୁଣ ବୃଦ୍ଧି କରିବା ପାଇଁ ଭାରତ ଲକ୍ଷ ରଖିଛି। ଏଭଳି ଏକ ଉଚ୍ଚାଭିଳାଷ ରଖିଛି ପ୍ରତିରକ୍ଷା ମନ୍ତ୍ରାଳୟ। ଏ ନେଇ ସେନା ମୁଖ୍ୟ ବିପୀନ ରାୱତ ଏକ ବିବୃତି ଦେଇଛନ୍ତି। ଭାରତ ବର୍ତ୍ତମାନ ବର୍ଷକୁ ୧୧ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଥିବା ବେବେଳ ୨୦୨୪ସୁଦ୍ଧା ଏହା ୩୫ ହଜାର କୋଟି ଛୁଇଁଯିବ ବୋଲି ସେ କହିଛନ୍ତି। ସ୍ୱଦେଶୀ ଜ୍ଞାନକୈାଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଭାରତ ଅନ୍ୟ ଦେଶକୁ ରପ୍ତାନୀ କରିପାରିବ ବୋଲି ଆଶା କରାଯାଉଛି। ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ବଢାଇବା ପାଇଁ ଘୋରୋଇ ଉଦ୍ୟୋଗ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଭାରତ ପ୍ରତିରକ୍ଷା କ୍ଷତ୍ରରେ ଆତ୍ମନିର୍ଭରଶୀଳ ହେବା ସହ ବିଦେଶକୁ ମଧ୍ୟ ଯୁଦ୍ଧାସ୍ତ୍ର ରପ୍ତାନୀ କରିପାରିବ।

Launching Ceremony of “AYUSHMAN BHARAT

Comments are closed.