ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କନ୍ଧମାଳବାସୀ

ଖୁସିରେ ନାଚିଲେ କନ୍ଧମାଳବାସୀ

 

ସମୟ ଲାଇଭ, କନ୍ଧମାଳରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ କନ୍ଧମାଳବାସୀଙ୍କ ଖୁସି ଆକାଶ ଛୁଇଁଛି l କନ୍ଧମାଳ ଏମପି ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ  ଶତାଧିକ କନ୍ଧମାଳବାସୀ ଏକ ଶୋଭାଯାତ୍ରାରେ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଧନ୍ୟବାଦ ଜଣାଇଛନ୍ତି l ମୁଖ୍ୟ ସଚିବ  ଅସିତ ତ୍ରିପାଠୀ ଓ 5 ଟି ସଚିବଙ୍କ ଗସ୍ତ ସମୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟି ରେ  ରଖି  ଏହି ଘୋଷଣା କରାଯାଇଥିଲା l ତେବେ ଏ ନେଇ ଏମଏଲଏ  ବିକ୍ରମ କେଶରୀ ଆରୁଖ  ନିଜର ପ୍ରତିକ୍ରିୟା ରଖିଛନ୍ତି l

କନ୍ଧମାଳ  ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ  କରିଥିବାରୁ ବିଭିନ୍ନ ଜଣା ପ୍ରତିନିଧି, ସମାଜସେବୀ ଓ ସାଧାରଣ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଥିବା କହିଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ଏପରି ପଦକ୍ଷେପ  ଦ୍ୱାରା କନ୍ଧମାଳ ଜିଲ୍ଲା ସହ ପଡୋଶୀ ଜିଲ୍ଲା ମଧ୍ୟ ଉପକୃତ ହେବେ ବୋଲି ଆଶା ରଖିଛନ୍ତି l ଖୁସିରେ ନାଚିଲେ କନ୍ଧମାଳବାସୀ
ସମୟ ଲାଇଭ, କନ୍ଧମାଳରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ କନ୍ଧସମାଲବାସୀଙ୍କ ଖୁସି ଆକାଶ ଛୁଇଁଛି l କନ୍ଧମାଳ ଏମପି ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ଶତାଧିକ କନ୍ଧମାଳବାସୀ ଏକ ଶୋଭାଯାତ୍ରାରେ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି l ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଓ 5 ଟି ସଚିବଙ୍କ ଗସ୍ତ ସମୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟି ରେ ରଖି ଏହି ଘୋଷଣା କରାଯାଇଥିଲା l ତେବେ ଏ ନେଇ ଏମଏଲଏ ବିକ୍ରମ କେଶରୀ ଆରୁଖ ନିଜର ପ୍ରତିକ୍ରିୟା ରଖିଛନ୍ତି l
କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିଥିବାରୁ ବିଭିନ୍ନ ଜଣା ପ୍ରତିନିଧି, ସମାଜସେବୀ ଓ ସାଧାରଣ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଥିବା କହିଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ଏପରି ପଦକ୍ଷେପ ଦ୍ୱାରା କନ୍ଧମାଳ ଜିଲ୍ଲା ସହ ପଡୋଶୀ ଜିଲ୍ଲା ମଧ୍ୟ ଉପକୃତ ହେବେ ବୋଲି ଆଶା ରଖିଛନ୍ତି l

Comments are closed.