ଗ୍ଲୋବାଲ ଲାଇଫଷ୍ଟାଇଲ୍ ବ୍ରାଣ୍ଡ ଲଞ୍ଚ କରିବେ ଦୀପିକା
ମୁମ୍ବାଇ: ସେପ୍ଟେମ୍ବର ୯: ଅଭିନୟ ସହିତ ବଲିଉଡ ତଥା ହଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ବ୍ୟବସାୟ ପରିଚାଳନା କରିଥାନ୍ତି । ଏହିପରି କି ସେ ଅନେକ ଦେଶୀ ଓ ବିଦେଶୀର ଫ୍ୟାଶନ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ରହିସାରିଛନ୍ତି । ତେବେ ସେ ଭାରତର ଫ୍ୟାସନକୁ ବିଶ୍ୱ ସ୍ତରରେ ଜଣାଇବା ସକାଶେ ଏକ ଗ୍ଲୋବାଲ ଲାଇଫଷ୍ଟାଇଲ୍ ବ୍ରାଣ୍ଡ ଲଞ୍ଚ କରିବାକୁ ଯାଉଛନ୍ତି । ଯାହାର ମୂଳ ସ୍ରୋତ ଭାରତରେ ରହିବ ବୋଲି ସେ ସୂଚନା ଦେଇଛନ୍ତି । ବ୍ରାଣ୍ଡଟି ବିଶେଷ କରି ସୌନ୍ଦର୍ଯ୍ୟ ଓ ଶରୀରର ଯତ୍ନ ଉପରେ ପର୍ଯ୍ୟବେସିତ ରହିବ ।
ଭାରତର ସଂସ୍କୃତି, ଐତିହ୍ୟ, ସାହିତ୍ୟ ଓ ପରମ୍ପରା ବହୁତ ଉନ୍ନତ । ସେଥିପାଇଁ ସେ ସବୁବେଳେ ଗର୍ବିତ । ଏଣୁ ବିଶ୍ୱକୁ ନିଜ ଦେଶର ସଂସ୍କୃତିର ମହତ୍ତ୍ୱ ବିଷୟରେ ଜଣାଇବା ପାଇଁ ସେ ଏହି ବ୍ରାଣ୍ଡ ଲଞ୍ଚ କରୁଛନ୍ତି ବୋଲି ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପ୍ରକାଶ କରିଛନ୍ତି । ଦୀପିକାଙ୍କ ଏହି ଅଭିନବ ଉପାୟକୁ ବହୁତ ଲୋକ ପସନ୍ଦ କରିବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଦୀପିକା ପାଦୁକୋନ୍ ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ୨୦୧୮ ‘ଟାଇମ୍ସ ମାଗାଜିନ୍’ରେ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ତାଙ୍କ ନାମ ତାଲିକାରେ ରହିଥିଲା । ବିଶ୍ ସ୍ତରରେ ସେ ମାନସିକ ସଚେତନତା ସୃଷ୍ଟି କରିବାର ନେତୃତ ନେଇ ସମ୍ମାନଜନକ ‘ୱାର୍ଲï ଇକୋନୋମିକ ଫୋରମ୍ କ୍ରିଷ୍ଟଲ୍’ ପୁରସ୍କାର ପାଇଛନ୍ତି । ୨୦୧୮ ଏବଂ ୨୦୨୧ ରେ ସେ ବିଭିନ୍ନ ପ୍ରକାରର ଆନ୍ତର୍ଜାତୀୟ ମହିଳା ପ୍ରଭାବ ରିପୋର୍ଟରେ ସ୍ଥାନ ପାଇ ଭାରତର ଗୌରବ ବୃଦ୍ଧି କରିଛନ୍ତି ।
ତେବେ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଖୁବ୍ ଶୀଘ୍ର ଫିଲ୍ମ ‘୮୩’ ରେ ସ୍ୱାମୀ ରଣବୀର ସିଂଙ୍କ ସହ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଗତ ବର୍ଷ ୨୦୨୦ରେ ରିଲିଜ୍ ହେବାର ଥିଲା, କି;ୁ କୋଭିଡ ମହାମାରୀ ହେତୁ ଫିଲ୍ମକୁ ସ୍ଥଗିତ ରଖାଯାଇଥିଲା । ଏଥିସହିତ ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରାଯାଇ ନାହିଁ । ଏହା ବ୍ୟତୀତ ଅଭିନେତ୍ରୀ ଅମିତାଭ ବଚ୍ଚନଙ୍କ ସହ ‘ଦି ଇଣ୍ଟର୍ନ’ଫିଲ୍ମ ସହିତ ଅନେକ ଚଳଚ୍ଚିତ୍ରରେ ବ୍ୟାକ୍-ଟୁ-ବ୍ୟାକେ ଅଭିନୟ କରିଛନ୍ତି । ଯାହାର ଆଗକୁ ମୁକ୍ତିଲାଭ କରିବ ।

Comments are closed.