୨୪ ଘଣ୍ଟାରେ ଦେଶରେ ୩୪, ୯୭୩ କରୋନା ସଂକ୍ରମିତ ଓ ୩୭, ୬୮୧ ସୁସ୍ଥ

0

ଦିଲ୍ଲୀ: ସେପ୍‌ଟେମ୍ବର ୧୦ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪, ୯୭୩ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ୩ କୋଟି ୩୧ ଲକ୍ଷ ୭୩ ହଜାର ୮୨୯ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ଆଜି ୩୭, ୬୮୧ ଜଣ ସୁସ୍ଥ ହୋଇଛନ୍ତି । ଆଶ୍ୱସ୍ତିକର ଖବର ଯେ, ଆଜିର ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୦ ହଜାର ୬୪୬ ରହିଛି । ସେହିପରି ସୁସ୍ଥତା ହାର ୯୭.୪୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୩ ଲକ୍ଷ ୪୨ ହଜାର ୨୯୯ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୨୬୦ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ମୋଟ ୪ ଲକ୍ଷ ୪୨ ହଜାର ୯ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨. ୩୧ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୯୬ ପ୍ରତିଶତ ରହିଛି । ଦେଶରେ ୭୨.୩୭ କୋଟିରୁ ଅଧିକ କରୋନା ଟିକା ନେଇସାରିଲେଣି ।

Leave A Reply

Your email address will not be published.