ଦୁବାଇରେ ବିଶ୍ୱର ଗଭୀର ସୁଇମିଂ ପୁଲ୍‌

ବିଳାସପୂର୍ଣ୍ଣ ସହର ଦୁବାଇରେ ବିଶ୍ୱର ସବୁଠୁ ଉଚ୍ଚ ଆକାଶଛୁଆଁ ବିଲïିଂ ବୁର୍ଜ ଖଲିପା ରହିଛି । ଏହି ସହର ନାଁରେ ଆଉ ଏକ କୀର୍ତ୍ତିମାନ ଯୋଡ଼ି ହୋଇଯାଇଛି । ସନ୍ତରଣକାରୀ ତଥା ଡାଇଭିଂର ସଉକ ରଖୁଥିବା ବ୍ୟକ୍ତିଙ୍କ ପାଇଁ ବିଶ୍ୱର ସବୁଠୁ ଗଭୀର ସୁଇମିଂ ପୁଲ୍‌ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହାର ନାଁ ‘ଡିପ୍‌ ଡାଇଭ୍‌ ଦୁବାଇ’ ରଖାଯାଇଛି । ଏହାର ବିଶେଷତ୍ୱ ହେଉଛି ପାଣି ତଳେ ଅନେକ ପ୍ରକାରର ଦୁଃସାହସିକ କାର୍ଯ୍ୟର ମଜା ନେଇପାରିବେ । ଏହା ବ୍ୟତୀତ ଏଠାରେ ଅନେକ ଅଜବ ସାମଗ୍ରୀ ଉପଲବ୍ଧ ।

ଦୁବାଇରେ ବିଶ୍ୱର ଗଭୀର ସୁଇମିଂ ପୁଲ୍‌

‘ଡିପ୍‌ ଡାଇଭ୍‌ ଦୁବାଇ’ର ଗଭୀରତା ୬୦ ମିଟର । ପୋଲାଣ୍ଡର ଡିପ୍‌ସଟ୍‌ ସୁଇମିଂ ପୁଲ୍‌ଠାରୁ ମଧ୍ୟ ଗଭୀରତା ମାମଲାରେ ଆଗୁଆ ରହିଛି । ତେବେ ଏହି ଦୁବାଇ ସୁଇମିଂ ପୁଲ୍‌ ପୂର୍ଣ୍ଣ ହେବାକୁ ପ୍ରାୟ ୧୪ ଲକ୍ଷ ଲିଟର ପାଣିର ଆବଶ୍ୟକତା ରହିଛି ଏବଂ ପାଣିର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ ରଖାଯାଇଥାଏ । ଏହାର ଆକାର ୬ ଅଲମ୍ପିକ୍‌ ପୁଲ ସହ ସମାନ । ଏଥିସହ ଦୁନିଆର ଯେକୌଣସି ଡାଭଭିଂ ପୁଲଠାରୁ ଏହା ୪ ଗୁଣ ବଡ଼ ।

ଦୁବାଇରେ ବିଶ୍ୱର ଗଭୀର ସୁଇମିଂ ପୁଲ୍‌

ଗତବର୍ଷ ଏହା ୨୭ ଜୁନକୁ ଗିନିଜ ବୁକ୍‌ ଅଫ୍‌ ୱାଲïର୍ ରେକର୍ଡରେ ଡାଇଭିଂ ପାଇଁ ସବୁଠୁ ଗଭୀର ପୁଲ୍‌ ଭାବେ ନିଜ ନାଁକୁ ସ୍ଥାନିତ କରିଛି । ଏହି ସ୍ୱତନ୍ତ୍ର ସୁଇମିଂ ପୁଲ୍‌ରେ ସ୍କୁବା ଡାଇଭିଂ, ଫ୍ରି ଡାଇଭ୍‌ ପରି ଅନେକ ଦୁଃସାହସିକ କାର୍ଯ୍ୟ ବିଶେଷଜ୍ଞଙ୍କ ନିର୍ଦ୍ଦେଶରେ କରାଯାଇଥାଏ । ଏଠାରେ ଫିଲ୍ମ ଷ୍ଟୁଡିଓ ମଧ୍ୟ ରହିଛି । ଏହାର ନିକଟରେ ଏଡିଟିଂ ରୁମ୍‌ ରହିଛି, ଯେଉଁଠି ଲୋକମାନେ ଆସି ସନ୍ତରଣ ଶିକ୍ଷା କରିପାରିବେ ।

୧୫ ଶହ ବର୍ଗମିଟରର ଏହି ପୁଲ୍‌ରେ ଗିଫଫ ଦୋକାନ ଏବଂ ୮୦ ସିଟ୍‌ କ୍ଷମତା ବିଶିଷ୍ଟ ଏକ ରେଷ୍ଟୁରାଣ୍ଟରେ ରହିଛି । କେବଳ ସେତିକି ନୁହେଁ ସୁରକ୍ଷା ଦୃଷ୍ଟିରୁ ଏଠାରେ ୫୬ଟି କ୍ୟାମେରା ଲାଗିଛି । ଏହି ନିଆରା ସୁଇମିଂ ପୁଲ୍‌ର ମଜା ଉଠାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପିଛା ୧୦ ହଜାରରୁ ୩୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ।

Govt

Comments are closed.