ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ: ୧୭ ମୃତ, ୪୦ ଗୁରୁତର

ନୂଆଦିଲ୍ଲୀ: କ୍ରିମିଆ ଏବଂ ରୁଷିଆକୁ ସଂଯୋଗ କରୁଥିବା ବ୍ରିଜ ବିସ୍ପୋରଣ ପରେ ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ କରିଛି ରୁଷ । ମିସାଇଲ ଆକ୍ରମଣରେ ୧୭ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଖବର ମୁତାବକ, ରୁଷ ପକ୍ଷରୁ ଜେପୋରିଜିୟାର କିଛି ଅଞ୍ଚଳରେ ମିସାଇଲ ଆକ୍ରମଣ ହୋଇଛି । ମିସାଇଲ ଆକ୍ରମଷର ୧୭ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି ।
ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ: ୧୭ ମୃତ, ୪୦ ଗୁରୁତର

ନିକଟରେ ୟୁକ୍ରେନ ଯେଉଁ ଚାରିଟି ଭାଗକୁ ନିଜ ଦେଶରେ ସାମିଲ କରିବା ପାଇଁ ଘୋଷଣା କରିଥିଲା ସେଥିମଧ୍ୟରୁ ଜେପୋରିଜିୟା ନାମ ସାମିଲ । କ୍ରିମିଆ-ରୁଷିଆକୁ ସଂଯୋଗ କରୁଥିବା ବ୍ରିଜ୍‌ ବିସ୍ପୋରଣରେ ଉଡ଼ିବା ପରେ ଯୁଦ୍ଧ ପରିସ୍ଥିତି ଆଗକୁ ଆହୁରି ଭୟାବହ ହେବ ବୋଲି ଅନୁମାନ କରାଯାଉଛି । ଏହି ବ୍ରିଜ୍‌ ରୁଷ୍‌ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ରୁଷ୍‌ ଅଧିକୃତ କ୍ରିମିଆ ଓ ରୁଷକୁ ସଂଯୋଗ କରୁଥିଲା ଏହି ବ୍ରିଜ୍‌ । ତେବେ ବ୍ରିଜ ବିସ୍ପୋରଣ ସମୟର ଦୁଇଟି ଭିଡିଓ ସାମ୍ନାକୁ ଆସିଥିଲା । ଗୋଟିଏ ଭିଡିଓରେ ଟ୍ରେନ୍‌ ଲାଇନରେ ବିସ୍ପୋରଣ ପରେ ହୁ ହୁ ହୋଇ ନିଆଁ ଲାଗିଥିଲା । ତୈଳ ବୋଝେଇ କାରରେ ନିଆଁ ଲାଗି ବିସ୍ପୋରଣ ହୋଇଥିଲା । ସେହିପରି ଟ୍ରେନ୍‌ ଲାଇନ ପାଖରେ ଯାଇଥିବା ରୋଡରେ ବି ବିସ୍ପୋରଣ ହୋଇଥିଲା ।
ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ: ୧୭ ମୃତ, ୪୦ ଗୁରୁତର
ୟୁକ୍ରେନର ୪ ଅଞ୍ଚଳକୁ ରୁଷ୍‌ ବେଆଇନ୍‌ ଭାବେ ନିଜ ସୀମାରେ ସାମିଲ ଘୋଷଣା ପରେ ଯୁଦ୍ଧ ନୂଆ ମୋଡ଼ ନେଇଛି । ଦକ୍ଷିଣ ଓ ପୂର୍ବ ୟୁକ୍ରେନରେ ଘମାଘୋଟ ଲେଇ ଚାଲିଛି । ଗତ ୨୪ ଘଣ୍ଟାରେ ଦକ୍ଷିଣ ୟୁକ୍ରେନରେ ଆଉ ୮୩ ପୁଟିନ୍‌ ସୈନ୍ୟଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ଦାବି କରିଛି ୟୁକ୍ରେନ୍‌ । ଏଯାଏ ଯୁଦ୍ଧରେ ୬୧ ହଜାରରୁ ଅଧିକ ସୈନ୍ୟଙ୍କୁ ହରାଇ ସାରିଲାଣି ମସ୍କୋ ।
ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ: ୧୭ ମୃତ, ୪୦ ଗୁରୁତର

ସେହିପରି ରୁଷର ୪ଟି ଟ୍ୟାଙ୍କ, ୪ଟି ହ୍ୱାଇଜର, ଦୁଇଟି ୧୨୦ ଏମଏମ୍‌ ମୋର୍ଟାର ଓ ୭ଟି ଯୁଦ୍ଧାସ୍ତ୍ର ପରିବହନକାରୀ ଗାଡ଼ିକୁ ଧ୍ୱଂସ କରିଥିବା ୟୁକ୍ରେନ୍‌ ଦାବି କରିଛି । ଏହାବ୍ୟତୀତ ୩ଟି ଗୁଳିଗୋଳା ଡିପୋକୁ ବି ଉଡ଼ାଇ ଦେଇଥିବା ସୂଚନା ଦେଇଛନ୍ତି ଦକ୍ଷିଣ ୟୁକ୍ରେନର ଅପରେସନାଲ୍‌ କମାଣ୍ଡ । ସେହିପରି ମାଇକୋଲିଭରେ ରୁଷିଆର ଦୁଇଟି କାମିକାଜ୍‌ ଡ୍ରୋନକୁ ଗୁଳି ମାରି ଖସାଇଦେଇଛି ୟୁକ୍ରେନ୍‌ ।

Govt

Comments are closed.