ଇସ୍ତାନାବୁଲରେ ଭୟଙ୍କର ବିସ୍ପୋରଣ: ୬ ମୃତ, ୮୦ରୁ ଅଧିକ ଆହତ

ଇସ୍ତାନବୁଲ: ଗତକାଲି ଅପରାହ୍ନରେ ଇସ୍ତାନବୁଲର ବ୍ୟସ୍ତବହୁଳ ଇଷ୍ଟିକଲାଲ ସପିଂ ଷ୍ଟ୍ରିଟରେ ହୋଇଥିବା ଶକ୍ତିଶାଳୀ ବିସ୍ପୋରଣରେ ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ୮୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଦିଆଯାଇଥିବା ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଏହି ବିସ୍ପୋରଣ ପଛରେ ୨ ମହିଳାଙ୍କ ସମେତ ୩ ଜଣ ସାମିଲ ଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି । ସେଥିମଧ୍ୟରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୨ ଜଣଙ୍କୁ ଖୋଜୁଛି ପୁଲିସ ।

Deadly blast in Turkey’s Istanbul leaves 6 dead and over 80 injured,

ଏହି ଭୟଙ୍କର ଆକ୍ରମଣ ପଛରେ ଆତଙ୍କବାଦୀ ସଙ୍ଗଠନ କୁର୍ଦ୍ଦିସ୍ଥାନ ୱାର୍କର୍ସ ପାର୍ଟିର ହାତ ଥିବା ସନ୍ଦେହ କରାଯାଉଛି । ଏହି ଯୁବକ ଜଣକ କିଏ, କ’ଣ ପାଇଁ ବୋମା ଖଞ୍ଜିଲେ, ତାଙ୍କ ପଛରେ ଆଉ କିଏ ଅଛି ସେ ନେଇ ତନାଘନା ଚଳାଇଛି ପୁଲିସ୍‌ । ଇସ୍ତାନବୁଲର କେନ୍ଦ୍ର ସ୍ଥଳରେ ସ୍ଥିତ ଇଷ୍ଟିକଲାଲ ସପିଂ ଷ୍ଟ୍ରିଟରେ ବହୁ ସଂଖ୍ୟାରେ ସାଧାରଣ ଲୋକଙ୍କ ସମେତ ପର୍ଯ୍ୟଟକଙ୍କର ବି ସମାଗମ ହୋଇଥାଏ । ଗତକାଲି ଉକ୍ତ ରାସ୍ତାଘାଟରେ ବହୁ ଲୋକ ବୁଲୁଥିବା ବେଳେ ନିକଟରେ ଥିବା ରେଷ୍ଟୁରାଣ୍ଟ, ମଲରେ ବି ପ୍ରବଳ ଭିଡ଼ ଜମିଥିଲା ।
Deadly blast in Turkey’s Istanbul leaves 6 dead and over 80 injured,

ଅପରାହ୍ନ ପ୍ରାୟ ୪ଟା ପରେ ହଠାତ୍‌ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଲା । କିଛି ସମୟ ପରେ ଚାରିଆଡ଼େ ଧୁଆଁମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ବହୁ ଲୋକଙ୍କ ଆର୍ତ୍ତ ଚିତ୍କାର ଶୁଭିଲା । ଏପରିକି ଏଥିରେ ଭୟଭୀତ ହୋଇ ଲୋକେ ଧାଁଦୌଡ଼ କରିବାକୁ ଲାଗିଲେ । ଖବର ପାଇ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ଦେବା ସହ ଆହତଙ୍କୁ ତୁରନ୍ତ ମେଡିକାଲ ପଠାଇଥିଲା । ଘଟଣାସ୍ଥଳରୁ ୪ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ମେଡିକାଲରେ ଆଉ ୨ ଜଣ ଆଖି ବୁଜିଲେଛ ଏହି ବିସ୍ପୋରଣରେ ୮୦ ଜଣ ଆହତ ହୋଇଥିବା ବେଳେ ଚିକିତ୍ସାଧୀନ ଥିବା ଜଣାଯାଇଛି ।

Deadly blast in Turkey’s Istanbul leaves 6 dead and over 80 injured,

ପୁଲିସ୍‌ ନିକଟସ୍ଥ ଅଞ୍ଚଳର ସିସିଟିଭି କ୍ୟାମେରାର ଫୁଟେଜ ସଂଗ୍ରହ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜରୁ ଏହି ଭୟଙ୍କର ଆକ୍ରମଣ ପଛରେ ୩ ଜଣଙ୍କ ହାତ ଥିବା ସ୍ପଷ୍ଟ ହୋଇଛି । ସିସିଟିଭିରେ ସ୍ପଷ୍ଟ ଭାବେ ଦେଖାଯାଉଛି, ଜଣେ ସନ୍ଦିU ମହିଳା ବିସ୍ପୋରଣ ଘଟିବା ପୂର୍ବରୁ ଉକ୍ତ ସ୍ଥାନରେ ଏକ ବ୍ୟାଗ ପକାଇ ପଳାଇଥିଲେ । କିଛି ମିନିଟ୍‌ ପରେ ସେଠାରେ ପ୍ରଚଣ୍ଡ ବିସ୍ପୋରଣ ହୋଇଥିଲା । ଏହି ବ୍ୟାଗରେ ଏକ ବୋମା ଥିବା ଜଣାପଡିଛି । ତୁର୍କୀର ଉପରାଷ୍ଟ୍ରପତି ଫୁଏଟ୍‌ ଓକଟେ ଏହି ବିସ୍ପୋରଣକୁ ଦେଶ ଉପରେ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ଉକ୍ତ ମହିଳାଜଣକ କୁର୍ଦ୍ଦିସ୍ଥାନ ୱାର୍କର୍ସ ପାର୍ଟି ସଦସ୍ୟ ବୋଲି ଜଣାଯାଇଛି । ତେଣୁ ଏହି ଆକ୍ରମଣ ପଛରେ ଉକ୍ତ ଆତଙ୍କବାଦୀ ସଙ୍ଗଠନର ହାତ ଥିବାର ଅନୁମାନ କରାଯାଉଛି ।

Deadly blast in Turkey’s Istanbul leaves 6 dead and over 80 injured,

Govt

Comments are closed.