ଦିବା-ରାତ୍ର ମ୍ୟାଚ ପାଇଁ ବିରାଟଙ୍କ ଗ୍ରୀନ ସିଗନାଲ

ସମୟ ଲାଇଭ,୨୬/୧୦: ଭାରତୀୟ ଅଧିନାୟକ ବିରାଟ କୋହଲୀ ଦିବା-ରାତ୍ରି ମ୍ୟାଚ ଖେଳିବା ବିଚାରରେ ସହମତ ଅଛନ୍ତି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏନେଇ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ନିକଟ ଭବିଷ୍ୟତରେ ଏହାର ଆୟାଜନ କରାଯାଇପାରେ। ସେ ଆହୁରି ମଧଡ଼୍‍ୟ କହିଛନ୍ତି ଦିବା-ରାତ୍ର ମ୍ୟାଚ ସପକ୍ଷରେ ମୋର ମତ ରହିଛି। ତେଣୁ ଯେପର୍ଯ୍ୟନ୍ତ ମୁଁ ଦାୟିତ୍ୱରେ ଅଛି ଦିବା-ରାତ୍ର ମ୍ୟାଚ ପାଇଁ ଚେଷ୍ଟା ଚଳାଇବି। ତେବେ ଦଳର ଅଧିନାୟକ ଏଥିରେ ଏକମତ ହେବା ଫଳରେ ଏହି ସ୍ୱପ୍ନକୁ ସାକାର କରିବା ସହଜ ହୋଇଯିବ।

ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଅଜୁହରୁଦ୍ଦିନ ମଧ୍ୟ ଗାଙ୍ଗୁଲୀଙ୍କୁ ପରାମର୍ଶ ସହ ଏକମତ ଅଛନ୍ତି। ସେ କହିଛନ୍ତି ଗାଙ୍ଗୁଲୀଙ୍କ ଉଦ୍ୟମ ସ୍ୱାଗତଯୋଗ୍ୟ। ଏଥିରେ ଦଳର ଅଧିନାୟକ ମଧ୍ୟ ଏକମତ ଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି।

Launching Ceremony of “AYUSHMAN BHARAT

Comments are closed.