ଶୀତଦିନେ ତ୍ୱଚା ପାଇଁ ଉପଯୋଗୀ ଗ୍ଲିସେରିନ୍‍

0

ସମୟ ଲାଇଭ,୨୬/୧୦: ଶୀତଦିନେ ସାଧାରଣତଃ ସମସ୍ତଙ୍କର ଚର୍ମ ଶୁଷ୍କ ହୋଇଯାଇଥାଏ। ଏହା ଶୁଷ୍କ ଓ ରୁକ୍ଷ ଚର୍ମ କୁ ମଶ୍ଚରାଇଜର କରିବାରେ ସାହାଯ୍ୟ କରେ।

ପିଏଚ୍‍କୁ ନିୟନ୍ତ୍ରଣରେ ରଖିଥାଏ –

ଏହା ଆମ ଶରୀରର ପିଏଚ୍‍ ବାଲାନ୍ସ କୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ। ପ୍ରତିଦିନ ଗ୍ଲିସେରିନ୍‌ କୁ ବ୍ୟବହାର କରିବା ଦ୍ୱାରା ଶରୀରରେ ହେଉଥିବା ଜଳର କ୍ଷୟ ଧୀରେ ଧୀରେ କମିବାକୁ ଲାଗିଥାଏ। ଫଳରେ ଆମ ତ୍ୱଚା ସୁସ୍ଥ ରୁହେ ଓ ତ୍ୱଚା ରେ ଚମକ ପରିଲକ୍ଷିତ ହୁଏ।


ମୃତ କୋଷିକାକୁ ଦୂର କରିବାରେ ସାହାଯ୍ୟ କରେ –

ଏହାର ନିୟମିତ ବ୍ୟବହାର ଦ୍ୱାରା ଶରୀରରେ ପ୍ରତିଦିନ ତିଆରି ହେଉଥିବା ମୃତ କୋଷିକା ସଫା ହୋଇଯାଏ।


ମେକ୍‍ଅପ୍‍ ରିମୁଭର୍‍ ଭାବେ ମଧ୍ୟ ବ୍ୟବହାର କରାଯାଏ –

ଏହା ଏକ ଭଲ କ୍ଲିନ୍‍ଜର୍‍ ବୋଲି ସମସ୍ତେ ଊଣା ଅଧିକେ ଜାଣିଥିବେ। ତେବେ ଏହାକୁ ମେକଅପ୍‍ ରିମୁଭ କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବା। ତ୍ୱଚାରୁ ମେକ୍‍ଅପ୍‍ ରିମୁଭ୍‍ କରିବା ବା ଛଡ଼ାଇବା ପାଇଁ ପ୍ରଥମେ ୨ ଛୋଟ ଚାମଚ ଗ୍ଲିସେରିନ୍‌ ସହ ୨ ଛୋଟ ଚାମଚ କ୍ଷୀର ଓ ଅଧା ଲେମ୍ବୁ ରସ ମିସାଇବେ। ସେହି ମିଶ୍ରଣକୁ ଶୋଇବାକୁ ଯିବା ପୂର୍ବରୁ ତୁଳା ସାହାଯ୍ୟରେ ତ୍ୱଚାରେ ଲଗାଇବେ। ଶୁଖିଯିବା ପରେ ତାହାକୁ ସଫା ପାଣିରେ ଧୋଇଦେବେ।


ଫଟା ଗୋଡ଼କୁ ଭଲ କରେ —

ଶୀତଦିନେ ସାଧାରଣତଃ ଥଣ୍ଡା ଯୋଗୁଁ ପ୍ରାୟତଃ ସମସ୍ତଙ୍କର ଗୋଡ଼ ଫାଟିଥାଏ। ଏହି ଗୋଡ଼ ଫଟା ରୋଗକୁ ଭଲ କରିବା ପାଇଁ ପ୍ରତିଦିନ ଏହାକୁ ଗୋଡ଼ ଫାଟିଥିବା ସ୍ଥାନରେ ମାଲିସ କରିଲେ ଖୁବ୍‍ ଶୀଘ୍ର ତାହା ଭଲ ହୋଇଥାଏ।

Leave A Reply

Your email address will not be published.