ଇଂଲଣ୍ଡ: ଚିତ୍ରକର ନିଜର ସୃଜନଶୀଳତାକୁ ଭିନ୍ନ ଧରଣରେ ପରିକ୍ରକାଶ କରିଥାନ୍ତି । ସେମାନେ ଚେଷ୍ଟା କରନ୍ତି ଯେ, ତାଙ୍କର କଳା ସମସ୍ତଙ୍କଠାରୁ କିପରି ଅନନ୍ୟ ହେଉ । ଏହି ଅନନ୍ୟତାର ଇଚ୍ଛାରେ ଇଂଲଣ୍ଡର ଚିତ୍ରକାର ଡେଭିଡ୍ ଏପରି କିଛି ନିଆରା କଳାକୃତି ତିଆରି କରିଛନ୍ତି । ଯାହାକୁ ନେଇ ସମଗ୍ର ବିଶ୍ୱରେ ଆଲୋଚନା ହେଉଛି ।
ଡେଭିଡ ୬ଟି ଏପରି ପେଣ୍ଟିଂ କରିଛନ୍ତି, ଯାହା ଏକ ଛୁଞ୍ଚିର କଣାରେ ସହଜରେ ଫିଟ୍ ହେବା ପାଇଁ ମଧ୍ୟ ଯଥେଷ୍ଟ ଛୋଟ ।
ଡେଭିଡ୍ ତାଙ୍କର ଏହି ମାଇକ୍ରୋ ପେଣ୍ଟିଂରେ ଦୁନିଆର କିଛି ପ୍ରସିଦ୍ଧ ଚିତ୍ରକୁ ପୁନର୍ବାର ଆଙ୍କିଛନ୍ତି । ଡେଭିଡ୍ଙ୍କର ଏହି ସମସ୍ତ ପେଣ୍ଟିଂ ନିଲାମୀକୁ ଆସିବା ମାତ୍ରେ ହିଁ ବିକ୍ରି ହୋଇଯାଇଛି ।
ଏସବୁ ପେଣ୍ଟିଂ ୯୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଏହି ସୁନ୍ଦର ଚିତ୍ରଗୁଡ଼ିକ ଦେଖିବାକୁ ଲେନ୍ସର ଆବଶ୍ୟକତା ପଡ଼ୁଛି । ପୂର୍ବରୁ ଇଞ୍ଜିନିୟର ଥିବା ଡେଭିଡ୍ କହିଛନ୍ତି, ତାଙ୍କୁ ଏକ ଟିଭି କାର୍ଯ୍ୟକ୍ରମରୁ ଏହି ଚିତ୍ର ଆଙ୍କିବାର ପ୍ରେରଣା ମିଳିଛି ।
ଚିତ୍ର ଆଙ୍କିଲା ସମୟରେ ତାଙ୍କୁ ବେଳେ ବେଳେ ନିଜର ନିଶ୍ୱାସକୁ ରୋକିବାକୁ ପଡିଥାଏ ବୋଲି ଡେଭିଡ୍ କହିଛନ୍ତି । ଏହି ନିଆରା ପେଣ୍ଟିଂ ତିଆରି କରିବା ପୂର୍ବରୁ ସେ ଫ୍ରେଡି ମର୍କରୀ ଏବଂ ଏମି ୱାଇନହାଉସ ପରି କେତେକ ପ୍ରସିଦ୍ଧ ପେଣ୍ଟିଂ ମଧ୍ୟ ନିର୍ମାଣ କରିଛନ୍ତି ।
Comments are closed.