ଦାଢିବାଲି ମହିଳା ଡାକୋଟା କୁକ୍‌

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ବ୍ୟକ୍ତି ରହିଛନ୍ତି ଓ ସେମାନଙ୍କ ଚିନ୍ତା କରିବାର ଶୈଳୀ ବି ଅଲଗା ଅଲଗା ରହିଛି । କିଛି ବ୍ୟକ୍ତି ଏକ ସାମାନ୍ୟ ସମସ୍ୟା ବିଷୟରେ ଭାବି ଭାବି ବେହାଲ ହୋଇଯାଉଥିବା ବେଳେ ଆଉ କିଛି ଲୋକ ଖୁବ୍‌ ସହଜରେ ବଡ ବଡ ସମସ୍ୟାର ସମାଧାନ ହସି ହସି ବାହାର କରି ନେଉଛନ୍ତି । ଏପରି ଜଣେ ମହିଳା ହେଉଛନ୍ତି ଆମେରିକାର ଲସ୍‌ ଭେଗାସ୍‌ରେ ରହୁଥିବା ଡାକୋଟା କୁକ୍‌ ଯିଏକି ନିଜ ମୁହଁରେ ଉଠୁଥିବା ଅସ୍ୱଭାବିକ କେଶକୁ ଏକ ଷ୍ଟାଇଲ୍‌ ଷ୍ଟେଟମେଣ୍ଟରେ ବଦଳାଇ ଦେଇଛନ୍ତି ।

Dakota the Bearded Lady

ଡାକୋଟାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ମୁହଁରେ କେଶ ଉଠିବା ଆରମ୍ଭ କରିଥିଲା । ଏହାକୁ ଲୁଚାଇବା ଲାଗି ଦିନରେ ସେ ଦୁଇଥର ସେଭିଂ ହେଉଥିଲେ ଓ ମାସକୁ ଥରେ ୱାକ୍ସ କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ଚିନ୍ତାଧାରା ବଦଳାଇ ଦେଇଥିଲେ ଓ ଦାଢି ବଢାଇ ସ୍ୱଭାବିକ ଭାବରେ ଜୀବନଯାପନ କଲେ । ଏବେ ସେ ଆଉ ୱାକ୍ସ କରୁନାହାନ୍ତି କି ରେଜରର ବ୍ୟବହାର କରୁନାହାନ୍ତି । ୩୦ ବର୍ଷୀୟା ଡାକୋଟା ଜଣେ ସାଇଡ୍‌ ଶୋ ପରଫର୍ମର ।

Dakota the Bearded Lady

ତେବେ ଏହି ଅସ୍ୱଭାବିକତାକୁ ନେଇ ସେ ପ୍ରଥମେ ବହୁତ ଚିନ୍ତିତ ହୋଇ ପଡିଥିଲେ ଓ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଡିପ୍ରେସନରେ ରହିଥିଲେ । ସେ ଏହି ସମସ୍ୟାକୁ ନେଇ ବହୁ ଡାକ୍ତରଙ୍କ ପାଖକୁ ଯାଇଥିଲେ କିନ୍ତୁ କେହି ବି ତାଙ୍କର ସମସ୍ୟା ସମାଧାନ କରି ପାରି ନ ଥିଲେ । ତେବେ ତାଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍‌ ହରମୋନ ବୃଦ୍ଧି କାରଣରୁ ଏପରି ହେଉଛି ବୋଲି ଡାକ୍ତର କହିଥିଲେ । ଜଣେ ସାଙ୍ଗଙ୍କ ପରାମର୍ଶ କ୍ରମେ ୨୦୧୫ରୁ ସେ ଦାଢିବାଲା ମହିଳା ଭାବରେ ଶୋ ଆରମ୍ଭ କରିଥିଲେ ଓ ଲୋକପ୍ରିୟ ହୋଇଥିଲେ ।

Dakota the Bearded Lady

Govt

Comments are closed.