ଜଗନ୍ନାଥ ବଲ୍ଲଭ ମଠ ପାର୍କିଂ ଷ୍ଟଣ୍ଡରେ ଟୁରିଷ୍ଟଙ୍କଠାରୁ ଦାଦାବଟି ଆଦାୟ କରି ୩ ଗିରଫ

ପୁରୀ: ମାର୍ଚ୍ଚ ୨୬: ଜଗନ୍ନାଥ ବଲ୍ଲଭ ମଠ ପାର୍କିଂ ସ୍ଥଳରେ ଦାଦାବଟି ମାଗିବା ଅଭିଯୋଗରେ ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ସେମାନେ ହେଲେ- ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହିର ରାମୀନି ପ୍ରସାଦ ସିଂ (୨୧), ବାସେଲି ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟର ମୁନା ଓରଫ ବାସୁ ଦେବ ମହାପାତ୍ର(୨୦) ଓ ବଣ୍ଟି ଓରଫ ଦେବାଶିଷ ସ୍ୱାଇଁ(୨୨) ।

ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସଙ୍କ ସୂଚନା ଅନୁସାରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳ ପ୍ରସ୍ଥାନ ଗେଟ୍‌ ନିକଟରେ ବାହାରୁ ଆସୁଥିବା ଟୁରିଷ୍ଟ ଗାଡ଼ି ଚାଲକଙ୍କୁ ଅଭିଯୁକ୍ତମାନେ କଟୁରୀ ଏବଂ ଲୁହା ପାଇପ ଦେଖାଇ ଭୟଭୀତ କରି ବଟି ଆଦାୟ କରୁଥିଲେ । ଏହାସହିତ ପର୍କିଂ ଷ୍ଟାଣ୍ଡରେ ବିଭିନ୍ନ ୪ ଚକିଆ ଯାନଗୁଡ଼ିକଠାରୁ ଅଭିଯୁକ୍ତ ଦାଦାବଟି ଆଦାୟ କରୁଥିଲେ । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରି ସେମାନଙ୍କୁ ଉପରେ ଚଢ଼ାଉ କରିଥିଲା । ଏହାପରେ ସେମାନଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କଠାରୁ ଗୋଟିଏ କଟୁରୀ ଓ ଲୁହା ପାଇପ, ୩ ଗୋଟି ମୋବାଇଲ ଫୋନ ଓ ନଗଦ ୧୨ ଶହ ଟଙ୍କା ଜବତ କରାଯାଇଛି । ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.