ବୌଦ୍ଧ : ଚଳିତ ବର୍ଷର ରବିଧାନ କ୍ରୟ ଆରମ୍ଭ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ରବିଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ୩୧ ତାରିଖରୁ ଜିଲ୍ଲାରେ ରବିଧାନ କିଣା ଆରମ୍ଭ ହୋଇଛି । ଜିଲ୍ଲାରେ ଚଳିତ ବର୍ଷ ୩୯୯୭ ଜଣ ଚାଷୀଙ୍କ ଠାରୁ ୧ ଲକ୍ଷ ୭୩ ହଜାର ୫୦୦ କ ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ ରଖା ଯାଇଛି । ବର୍ତ୍ତମାନ ସୁଦ୍ଧା ୧୩୮୮୩୮.୮୦ ଧାନ କିଣା ସରିଛି । ହେଲେ ବିଭିନ୍ନ ମଣ୍ଡିରେ ଚାଷୀଙ୍କ ମୋବାଇଲକୁ ଧାନ ବିକ୍ରି କରିବାକୁ ମେସେଜ ଆସୁଥିବା ବେଳେ ସୋସାଇଟିରେ ସେମାନଙ୍କ ନାମ ଆସିନଥିବାରୁ ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିନପାରିବା ଫଳରେ ଟୋକନ ତାରିଖ ଶେଷ ହୋଇଯାଉଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି ।

ବୌଦ୍ଧ : ଚଳିତ ବର୍ଷର ରବିଧାନ କ୍ରୟ ଆରମ୍ଭ

ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରେ ଗତ ମେ ମାସ ୩୧ ତାରିଖରୁ ରବି ଧାନ କିଣା ଯିବାକୁ ନିଷ୍ପତି ହୋଇଥିଲା । ୧୮ ଗୋଟି ସୋସାଇଟି ମାଧ୍ୟମରେ ରବି ଧାନ ସଂଗ୍ରହ କରାଯାଉଛି । ସେଥିମଧ୍ୟରୁ କଣ୍ଟାମାଳ ବ୍ଲକର ୯ଟି ମଣ୍ଡି, ବୌଦ୍ଧ ବ୍ଲକର ୭ଟି ମଣ୍ଡି, ହରଭଙ୍ଗା ବ୍ଲକର ୧ଟି ଓ ବୌଦ୍ଧ ଏନଏସିର ଗୋଟିଏ ମଣ୍ଡି ମାଧ୍ୟମ ଧାନ ସଂଗ୍ରହ କରାଯାଉଛି । ଜିଲ୍ଲାରେ ଚଳିତ ବର୍ଷ ରବିଧାନ ବିକ୍ରି କରିବା ପାଇଁ ୪୬୫୩ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ସଂଶୋଧନ କରାଯାଇ ୩୯୯୭ ଜଣ ଚାଷୀଙ୍କ ନାମ ଚୂଡାନ୍ତ ହୋଇଛି । ୪୦୪୮ ଜଣ ଚାଷୀଙ୍କୁ ଟୋକନ ଦିଆଯାଇଛି । ସେଥିମଧ୍ୟରୁ ୩୧୭୮ ଜଣ ଚାଷୀ ୧୩୮୮୩୮.୮୦ କ ୍ୱଣ୍ଟାଲ ଧାନ ବିକ୍ରି କରିସାରିଛନ୍ତି । ବାକି ୮୧୯ ଜଣ ଚାଷୀ ଧାନ ବିକ୍ରି କରିବାକୁ ବାକି ରହିଛି । ବାକି ଥିବା ବଳକା ଧାନ ୨୫ ତାରିଖ ସୁଦ୍ଧା କିଣା ହୋଇଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ବୌଦ୍ଧ : ଚଳିତ ବର୍ଷର ରବିଧାନ କ୍ରୟ ଆରମ୍ଭ

କଣ୍ଟାମାଳ ବ୍ଲକର ମନମୁଣ୍ଡା ମଣ୍ଡିରୁ ୩୮୫ ଜଣ ଚାଷୀଙ୍କ ମଧ୍ୟରୁ ୨୫୪ ଜଣ ଚାଷୀ ୧୪୨୧୭.୮୦ ଧାନ ବିକ୍ରି କରିଛନ୍ତି । ସୁଣ୍ଡିପଦର ମଣ୍ଡିରୁ ୧୨୬ଜଣ ଚାଷୀଙ୍କ ମଧ୍ୟରୁ ୧୦୭ ଜଣ ଚାଷୀ ୪୫୩୧.୫୭ ଜଣ ଧାନ ବିକ୍ରି କରିଛନ୍ତି । ଯୋଗୀନ୍ଦ୍ରପୁର ମଣ୍ଡିରୁ ୨୯୫ ଜଣ ଚାଷୀଙ୍କ ମଧ୍ୟରୁ ୨୬୭ ଜଣ ଚାଷୀ ୧୧୫୩୪.୭୫ କ ୍ୱଣ୍ଟାଲ ଧାନ ବିକ୍ରି କରିଛନ୍ତି । ଲୁକାପଡା ମଣ୍ଡିରୁ ୪୮୬ ଜଣ ଚାଷୀଙ୍କ ମଧ୍ୟରୁ ୪୧୫ ଜଣ ଚାଷୀ ୧୬୧୬୫.୯୮ କ ୍ୱିଣ୍ଟାଲ ବିକ୍ରି କରିଛନ୍ତି । ରୁଣ୍ଡିମହୁଲ ମଣ୍ଡିରୁ ୧୫୮ ଜଣ ଚାଷୀଙ୍କ ମଧ୍ୟରୁ ୧୫୬ ଜଣ ଚାଷୀ ୫୩୬୯.୮୦କୁଣ୍ଟାଲ ଧାନ ବିକ୍ରି କରିଛନ୍ତି । କଣ୍ଟାମାଳ ମଣ୍ଡିରୁ ୨୧୨ ଜଣ ଚାଷୀଙ୍କ ମଧ୍ୟରୁ ୧୭୯ ଜଣ ଚାଷୀ ୭୯୧୩.୮୮ ଧାନ କ୍ରୟ କରିଛନ୍ତି । ଘଣ୍ଟାପଡାରୁ ୧୮୯ ଜଣ ଚାଷୀଙ୍କ ମଧ୍ୟରୁ ୧୭୪ ଜନ ୭୭୫୮.୫୬ କୁଣ୍ଟାଲ ଧାନ ସଂଗ୍ରହ କରାଯାଇଛି । କୁଲତାଯୋରରୁ ୪୨୬ ଚାଷୀଙ୍କ ମଧ୍ୟରୁ ୩୭୫ ଜଣ ଚାଷୀଙ୍କ ଠାରୁ ୧୮୪୯୬.୬୮ କୁଣ୍ଟାଲ ଧାନ କ୍ରୟ କରାଯାଇଛି । ଉମାରୁ ୧୪୨ ଚାଷୀଙ୍କ ମଧ୍ୟରୁ ୧୧୫ ଜଣ ଚାଷୀଙ୍କ ଠାରୁ ୫୯୮୨.୯୨ କୁଣ୍ଟାଲ ଧାନ କ୍ରୟ କରାଯାଇଛି । ବୌଦ୍ଧବ୍ଲକର ବଘିଆପଡା ମଣ୍ଡିରୁ୯୦ ଜଣରୁ ୮୮ ଜଣ ୩୦୫୧.୮୮ କୁଣ୍ଟାଲ ଧାନ ବିକ୍ରି କରିଛନ୍ତି । ଖୁଣ୍ଟବନ୍ଧରୁ ୩୭୦ ଜଣ ଚାଷୀଙ୍କ ମଧ୍ୟରୁ ୨୪୨ ଜଣ ଚାଷୀ ୧୧୪୮୮.୩୫ କୁଣ୍ଟାଲ ଧାନ ବିକ୍ରି କରିଛନ୍ତି । ତେଲିବନ୍ଧରୁ ୧୯୮ ଚାଷୀଙ୍କ ମଧ୍ୟରୁ ୧୬୧ ଜଣ ଚାଷୀ ୮୪୨୬.୩୩ କୁଣ୍ଟାଲ ଧାନ କିଣାଯାଇଛି ।

ବୌଦ୍ଧ : ଚଳିତ ବର୍ଷର ରବିଧାନ କ୍ରୟ ଆରମ୍ଭ

ମୁଣ୍ଡାପଡାରୁ ୧୨୧ ଚାଷୀଙ୍କ ମଧ୍ୟରୁ ୭୫ ଜଣ ୩୦୧୩.୬୦ କୁଣ୍ଟାଲ ଧାନ କିଣାଯାଇଛି । ମୁଣ୍ଡିପଦରରୁ ସମସ୍ତ ୯୫ ଜଣ ଚାଷୀ ୨୮୭୦.୩୦ କୁଣ୍ଟାଲ ଧାନ ବିକ୍ରି କରିଛନ୍ତି । ବାଉଁଶୁଣୀ ମଣ୍ଡିର ୨୨୧ ଚାଷୀଙ୍କ ମଧ୍ୟରୁ ୧୪୩ ଜଣ ଚାଷୀ ୫୩୬୦.୭୨ କୁଣ୍ଟାଲ ଧାନ ବିକ୍ରି କରିଛନ୍ତି । ରକ୍ସାରୁ ୨୭୫ ଚାଷୀଙ୍କ ମଧ୍ୟରୁ ୧୫୯ ଜଣ ୬୩୬୯.୨୬ କ ୍ୱଣ୍ଟାଲ ଧାନ ବିକ୍ରି କରିଛନ୍ତି । ବୌଦ୍ଧର ମଣ୍ଡିର ସମସ୍ତ ୨୪ ଜଣ ଚାଷୀଙ୍କ ଠାରୁ ୬୭୧.୩୬ କ ୍ୱଣ୍ଟାଲ ଧାନ କ୍ରୟ କରାଯାଇଛି । ହରଭଙ୍ଗା ବ୍ଲକର ରାମଗଡ ମଣ୍ଡିରୁ ୧୮୪ ଜଣ ଚାଷୀଙ୍କ ମଧ୍ୟରୁ୧୪୯ ଜଣ ଚାଷୀ ୫୬୧୫.୦୬ କ ୍ୱିଣ୍ଟାଲ ଧାନ କିଣାଯାଇଛି । କଣ୍ଟାମାଳ ବ୍ଲକରର ୩୭୭ ଜଣ ଚାଷୀ, ବୌଦ୍ଧ ବ୍ଲକର ୪୦୭ ଓ ହରଭଙ୍ଗା ବ୍ଲକର ୩୫ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରି କରିବାକୁ ବାକି ରହିଛି । କଣ୍ଟାମାଳ ବ୍ଲକରେ ସର୍ବାଧିକ ୧୯ ଶହ ହେକଫର ଚାଷ ଜମିରେ ରବିଚାଷ କରାଯାଇଥିବା ବେଳେ ବୌଦ୍ଧ ବ୍ଲକରେ ୫ ଶହ ୫୦ ହେକଫର ଓ ହରଭଙ୍ଗା ବ୍ଲକରେ ଶହେ ୩୦ ହେକଫର ଚାଷ ଜମିରେ ରବି ଧାନ ଚାଷ କରାଯାଇଥିଲା । ହେଲେ ଜିଲ୍ଲାରେ ଅଦିନିଆ ବର୍ଷା ହେବା ଫଳରେ ପ୍ରାୟ ୩୦ ହେକଫର ଜମିରେ ହୋଇଥିବା ରବି ଫସଲ ନଷ୍ଟ ହୋଇଯାଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରକାଶ କରିଛନ୍ତି ।

Govt

Comments are closed.