ଜାପାନର ଏକ ପରମ୍ପରା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଜାପାନର ଏହି ପରମ୍ପରା ପାଖାପାଖି ୪୦୦ ବର୍ଷ ପୁରୁଣା ହୋଇଥିବାବେଳେ ଏହାର ନାଁ ହେଉଛି କ୍ରାଇଂ ବେବି ସୁମୋ । ଜାପାନର ଟୋକିଓରେ ଏହି ଫେଷ୍ଟିଭାଲ ସବୁବେଳେ ପାଳନ କରାଯାଇଥାଏ । ଏଥିରେ ଶିଶୁଙ୍କୁ ସୁମୋ ବେଶରେ ସଜାଯାଇ ଏହି ଫେଷ୍ଟିଭାଲରେ ସାମିଲ କରାଯାଇଥାଏ । ଏହା ଜାପାନର ଟୋକିଓ ସହିତ ଅନ୍ୟ ସହରରେ ମଧ୍ୟ ପାଳନ କରାଯାଇଥାଏ । ଶିଶୁଙ୍କ କାନ୍ଦ ଖରାପ ଭାଗ୍ୟକୁ ଭଲରେ ପରିବର୍ତ୍ତନ କରିଥାଏ । ତେଣୁ ନିଜ ଭାଗ୍ୟକୁ ସକରାତ୍ମକ ଦିଗରେ ପରିବର୍ତ୍ତନ କରିବାକୁ ଜାପାନରେ ପ୍ରତିବର୍ଷ ଏହି ଫେଷ୍ଟିଭାଲର ଆୟୋଜନ କରାଯାଇଥାଏ ।

Comments are closed.