ଝିଟିପିଟିକୁ ଦେଖିଲେ ସାଧାରଣତଃ ଲୋକ ଘୃଣା କରିନ୍ତି । ଘରେ ଝିଟିପିଟି ଦେଖାଗଲେ, ତାହାକୁ ବାହାର କରିବା ପାଇଁ ବିଭିନ୍ନ ଉପାୟ ବାହାର କରନ୍ତି । ହେଲେ କ’ଣ ଜାଣିଛନ୍ତି, ଘୃଣା କରୁଥିବା ଝିଟିପିଟିର ମୂଲ୍ୟ କୋଟି କୋଟି ଟଙ୍କା ମଧ୍ୟ ହୋଇପାରେ ! ବିହାରରେ ଅଧିକସଂଖ୍ୟକ ଦେଖାଯାଉଥିବା ‘ଟୋକାୟେ ଗେକୋ’ ନାମ ଏକ ଝିଟିପିଟିର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ।
ଏହି ଝିଟିପିଟିର ମାଂସରୁ ମଧୁମେହ, କର୍କଟ ଓ ଏଡସ୍ ଭଳି ରୋଗର ଔଷଧ ପ୍ରସ୍ତୁତ କରାଯାଏ । ଏହାଛଡ଼ା ଏହି ଝିଟିପିଟି ଶରୀର ତେଲରୁ ନଂପୁସକତା ବା ଅପାରଗତ ରୋଗର ଔଷଧ ପ୍ରସ୍ତୁତ କରାଯାଏ । କେବଳ ଭାରତରେ ମିଳୁଥିବା ଏହି ଝିଟିପିଟିକୁ ନେଇ ଚୀନ୍ ପାରମ୍ପରିକ ପଦ୍ଧତିରେ ଔଷଧ ତିଆରି କରେ ।
ଏହିସବୁ କାରଣରୁ ଏହି ଝିଟିପିଟିର ଚାହିଦା ଓ ମୂଲ୍ୟ ଢ଼େର୍ ରହିଛି । ବିହାର ଛଡ଼ା ଏହି ଝିଟିପିଟି ନେପାଳ ଓ ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ମଧ୍ୟ ଦେଖାଯାଆନ୍ତି । ଦାମୀ ଝିଟିପିଟି ହୋଇଥିବା କାରଣରୁ ଭାରତରେ ଏହାର ଅବୈଧ ଶିକାର କରାଯାଏ । ଫଳରେ ଏମରନଙ୍କ ସଂଖ୍ୟା କମିବାକୁ ଲାଗିଲାଣି ।
ଏହି କାରଣରୁ ଭାରତ ସରକାର ଏହି ଝିଟିପିଟିକୁ ‘ୱାଇଲï ଲାଇଫ୍ ପ୍ରୋଟେକ୍ସନ୍ ୧୯୭୨’ ବା ଜଙ୍ଗଲଜୀବ ସଂରକ୍ଷଣ ଅନୁସୂଚୀ ତାଲିକା ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛନ୍ତି ।
Comments are closed.