ଶୀତ ଦିନରେ ଥଣ୍ଡା କାଶ ଏକ ସାଧାରଣ କଥା । ହେଲେ ବହୁ ସମୟ ଯାଏ କାଶ ଲାଗିରହୁଥିଲେ ତୁରନ୍ତ ଚିକିତ୍ସା କରନ୍ତୁ । ଫୁସ୍ଫୁସ୍ ଜନିତ ସମସ୍ୟା ଦେଖାଗଲେ ସାଧାରଣତ କାଶ ହୋଇଥାଏ । ଯଦି କାଶରେ ରକ୍ତ ପଡ଼ିବା କିମ୍ବା କାଶିବା ସମୟର ସ୍ୱର ଯଦି ଭିନ୍ନ ଶୁଣାଯାଏ, ତେବେ ଏହା ଫୁସ୍ଫୁସ୍ କର୍କଟର ସଙ୍କେତ ହୋଇପାରେ । ଦେଶରେ ପୁସ୍ଫୁସ୍ କର୍କଟର ଅନୁପାତ ଏବେ ୬.୯ ପ୍ରତିଶତକୁ ବଢ଼ିଛି । ପ୍ରତ୍ୟେକ ମାସ ଫୁସ୍ଫୁସ୍ କର୍କଟରେ ପ୍ରାୟ ଜଣେ ଲୋକ ପ୍ରାଣ ହରାଉଛନ୍ତି । ବାୟୁ ପ୍ରଦୂଷଣ ଏବଂ ଅତ୍ୟଧିକ ଧୁମପାନ ଫୁସ୍ଫୁସ୍ କର୍କଟ ଉତ୍ପନ୍ନର କାରଣ । ଏହିପରିକି ପରିବାର ଅନ୍ୟ କୌଣସି ସଦସ୍ୟ ଧୁମପାନ କରୁଥିଲେ ଘରର ପରିବେଶ ବିଷାକ୍ତମୟ ହୋଇଯାଏ ଏବଂ ସମସ୍ତ ସଦସ୍ୟମାନେ ଏହାର କୁପ୍ରଭାବରେ ପ୍ରଭାବିତ ହୋଇଥାନ୍ତି । ଯଦି ଏହାର ପ୍ରଥମ ଅବସ୍ଥାରୁ ଚିକିତ୍ସା ନକରାଯାଏ, ତେବେ ଜୀବନ ପ୍ରତି ଏହି ରୋଗ ଘାତକ ହୋଇଥାଏ । ବହୁ ଲୋକ ଫୁସ୍ଫୁସ୍ କର୍କଟକୁ ଡିଟେକ୍ଟ କରିବା କିମ୍ବା ଏହାର ପ୍ରାଥମିକ ଲକ୍ଷଣ ବିଷୟରେ ଅବଗତ ନଥାନ୍ତି । ତେବେ ଆସନ୍ତୁ ଜାଣିବା ଫୁସ୍ଫୁସ୍ର ପ୍ରାଥମିକ ଲଣ ବିଷୟରେ..
ପ୍ରଥମ ଲକ୍ଷଣ ହେଉଛି କାଶ-ନିଶ୍ୱାସ ନେବାରେ କିମ୍ବା ଛୋଟରୁ ଅତି ଛୋଟ ସମସ୍ୟା ଫୁସ୍ଫୁସ୍ରେ ଦେଖାଗଲେ ପ୍ରଥମେ କାଶ ହୋଇଥାଏ ।
ଏଣୁ ଏହି ରୋଗର କାଶ ହୋଇଛି ପ୍ରଥମ ଲକ୍ଷଣ । ସାଧାରଣ କାଶ ହୋଇଥିଲେ ଆପେ ଆପେ କିଛି ଦିନ ମଧ୍ୟରେ ଭଲ ହୋଇଯାଇଥାଏ । ଯଦି କାଶ ତିନି ସପ୍ତାହ କିମ୍ବା ଏକ ମାସରୁ ଅଧିକ ଦିନ ଧରି ଯଦି ଲାଗି ରୁହେ, ତେବେ ତୁରନ୍ତ ଚିକିତ୍ସା କରାନ୍ତୁ । ରାତି ସମୟରେ ଏବଂ ଶୋଇବା ସମୟରେ ଅଧିକ କାଶ ହେବା ଏହି ରୋଗର ଲକ୍ଷଣ ମଧ୍ୟ ହୋଇପାରେ ।
କଫରେ ରକ୍ତ- ଯଦି କାଶ ସମୟରେ କଫରେ ରକ୍ତ ପଡ଼ୁଛି, ଏଥିରୁ ଜାଣନ୍ତୁ ଯେ, ଆପଣଙ୍କ ଫୁସ୍ଫୁସ୍ରେ ସଂକ୍ରମଣ ବ୍ୟାପିବାରେ ଲାଗିଛି ।
ଏଣୁ ତୁରନ୍ତ ଚିକିତ୍ସା କରାଇନେବା ଜରୁରି । ନହେଲେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।
ସ୍ୱରରେ ପରିବର୍ତ୍ତନ- ଯଦି କାଶ ସମୟରେ ସ୍ୱରରେ ପରିବର୍ତ୍ତନ ହେଉଛି, ତେବେ ଏହା କର୍କଟ ରୋଗର ପ୍ରାଥମିକ ଲକ୍ଷଣ ହୋଇଥାଇପାରେ ।
କାଶ ସକାଶେ ସାଧାରଣ କଥାବାର୍ତ୍ତାରେ ଯଦି ପରିବର୍ତ୍ତନ ଆସେ ଏବଂ ଛାତିରେ ଯନ୍ତ୍ରଣା ଅନୁଭବ ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
ଅନ୍ୟାନ୍ୟ ଲକ୍ଷଣ- ଲମ୍ବା ସମୟ ଧରି କାଶ ସହିତ ଅନ୍ୟାନ୍ୟ ଲକ୍ଷଣ ଯେପରି: ସ୍ୱର ପଡ଼ିଯିବା, କଥା କହିବାରେ କଷ୍ଟ ଅନୁଭବ କରିବା, ଥକାପଣ ଅନୁଭବ ହେବା, ନାକ ଓ ମୁହଁ ଶୁଖିଯିବା, ଓଜନ ହ୍ରାସ ପାଇବା ଏବଂ ହାତର ଆଙ୍ଗୁଠି ପତଳା ଦେଖାଯିବା ଆଦି ଫୁସ୍ଫୁସ୍ କର୍କଟର ପ୍ରାଥମିକ ଲକ୍ଷଣ ହୋଇଥାଏ ।

Comments are closed.