ଭୁବନେବର: ଜାନୁଆରୀ ୧: ରାଜ୍ୟ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିକ୍ଷକଙ୍କ କାର୍ଡ ପଦର୍ଶନ କରିଛନ୍ତି । ଗତକାଲି ଶିକ୍ଷକଙ୍କ ବେତନ ବୃଦ୍ଧି ହେବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ହେଇଥିଲା ବେଳେ ଆଜି ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କୁ ନୂଆ ବର୍ଷର ଭେଟି ଦେଇଛନ୍ତି । ବର୍ଷ ପହିଲାରୁ ୮ ହଜାର ୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରିକୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି କରିଛନ୍ତି । ଏଥିରେ ୪୦ ହଜାର ୦୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ମିଳିବ । ଏଥିସହିତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କର ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟ ସୀମାକୁ ମଧ୍ୟ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶିକ୍ଷକଙ୍କ ସହ ଅନ୍ୟ ବର୍ଗର ଲୋକମାନଙ୍କ ପାଇଁ ନୂଆବର୍ଷର ଭେଟି ପ୍ରଦାନ କରିଛନ୍ତି । ଏଥିପାଇଁ ଗତକାଲି ଏକ କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ପୌରନିର୍ବାଚନକୁ ନଜରରେ ରଖି ୯ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଉକ୍ତ ନିଷ୍ପତ୍ତିରେ ୫ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ନପୁର, ରାଉରକେଲା ଓ ସମ୍ବଲପୁରରେ ଲାଗୁ ହେବାକୁ ଥିବା ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କରାଯିବ । ଏହାଦ୍ୱାରା ବସ୍ତି ବାସିନ୍ଦା ନିଜସ୍ୱ ବାସଗୃହ ପାଇବେ । ଏହି ଯୋଜନା ଦ୍ୱାରା ୯୩୮ଟି ବସ୍ତିର ୮ଲକ୍ଷ ୫୮ ହାଜର ଲୋକ ଉପକୃତ ହେବେ ।
ଏହାଛଡ଼ା ବିଏସ୍ୱାଇକେ କାର୍ଡ ବଣ୍ଟନ, ସ୍ମାର୍ଟ ସ୍କୁଲ, ଏସ୍ଏଚ୍ଜି ଗ୍ରୁପ୍କୁ ଆର୍ଥିକ ସହାୟତା, ଘର ମରାମତି ବାବଦକୁ ଟଙ୍କା, ଖାଦ୍ୟ ସୁରକ୍ଷା ହିତାଧୀକାରୀ ଓ ଖବରକାଗଜ ବିତରକଙ୍କୁ ଆର୍ଥିକ ସହାୟତା, ଶିକ୍ଷକ ନିଯୁକ୍ତି, କେନ୍ଦ୍ରାପଡ଼ାରେ ବୃହତ ଷ୍ଟିଲ୍ ପ୍ଲାଣ୍ଟ ସହ ବାତ୍ୟା ‘ଜୱାଦ’ କ୍ଷତିଗ୍ରସ୍ତଙ୍କ ଲାଗି ଆର୍ଥିକ ପ୍ୟାକେଜ କ୍ୟାବିନେଟ୍ରେ ଘୋଷଣା କରାଯାଇଛି ।

Comments are closed.