ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଛାଡି କନେଷ୍ଟବଳ ଫେରାର

ଭୁବନେଶ୍ୱର : ପ୍ରେମରେ ପ୍ରତାରଣା I ବିବାହର ପ୍ରତିଶ୍ରୁତି ଦେଇ ୭ ବର୍ଷ ଧରି ଲିଭ୍ ଇନରେ ରହିବା ପରେ ପ୍ରେମିକାକୁ ଛାଡି ଫେରାର ହେଇଛନ୍ତି ପ୍ରେମିକ I ପ୍ରେମିକ ଜଣକ ଆଉ କେହି ନୁହେଁ ପୋଲିସ ବିଭାଗର କାର୍ଯ୍ୟରତ ଜଣେ କନଷ୍ଟେବଳ I ସେ କଟକର ଷଷ୍ଠ ବାଟାଲିୟନରେ କନଷ୍ଟେବଳ ଭାବରେ ନିଯୁକ୍ତି ଅଛନ୍ତି I ଟଙ୍କା ନାଁ ପ୍ରିତିରଞ୍ଜନ ବେହେରା I ଏନେଇ ଭୁବନେଶ୍ୱର ମଂଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ପ୍ରେମିକା I

ଘଟନାନୁସାରେ,ବିବାହ ପ୍ରତିଶ୍ରୁତି ଦେଇ କନେଷ୍ଟବଳ ପ୍ରିତିରଞ୍ଜନ ତାଙ୍କ ସହ ୭ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲେ ।ଦୁହେଁ ଘର ଭଡ଼ା ନେଇ ଏକାଠି ପଟିଆ ଓ ପରେ ଚକେଇ ସିହାଣୀ ଅଞ୍ଚଳରେ ରହି ଆସୁଥିଲେ। କିନ୍ତୁ ପ୍ରାୟ ବର୍ଷେ ତଳେ ଗତ ଏପ୍ରିଲ ମାସରେ ପ୍ରେମିକାଙ୍କୁ ଛାଡ଼ି ହଠାତ୍ କେଉଁ ଆଡେ ଚାଲି ଯାଇଛନ୍ତି ପ୍ରୀତି ରଞ୍ଜନ । ସେହିଦିନ ଠାରୁ ତାଙ୍କର କୌଣସି ଖୋଜ ଖବର ପାଇଁ ନାହାନ୍ତି ପ୍ରେମିକା I ତେବେ ପ୍ରିତିରଞ୍ଜନ ପ୍ରେମିକାଙ୍କ ଠାରୁ ୨୦ ଲକ୍ଷ ଟଙ୍କା, ସୁନା ଗହଣା ଆଦି ଲୁଟ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ।

ଘଟଣା ସମ୍ପର୍କରେ ଯୁବତୀ ଜଣଙ୍କ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ହେଲେ ବାରମ୍ବାର ଥାନାକୁ ଦୌଡ଼ିବା ପରେ ନ୍ୟାୟ ନ ମିଳିବାରୁ ଆଜି ସେ ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇ ତାଙ୍କୁ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି।

Govt

Comments are closed.