କୋରାପୁଟ : ଭୁଲ ଇଞ୍ଜେକ୍ସନ ଯୋଗୁଁ ସହିଦ ଲକ୍ଷ୍ମଣ ନାଏକ ମେଡିକାଲରେ ୬ ରୋଗୀଙ୍କ ମୃତ୍ୟୁ ଘଟଣା । ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କୋରାପୁଟ ମେଡିକାଲରେ ପହଞ୍ଚିଥିଲେ । ମନ୍ତ୍ରୀ ମେଡିକାଲ କଲେଜର ସର୍ଜରୀ ୱାର୍ଡ ପରିଦର୍ଶନ କରିଥିଲେ । ଏହି ଗ୍ରସ୍ତ ବେଳେ କଂଗ୍ରେସ ସଦସ୍ୟ ମାନେ ମେଡିକାଲର ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଚାହୁଁଥିବାବେଳେ ମନ୍ତ୍ରୀ ତାଙ୍କୁ ସୁଯୋଗ ନ ଦେବାରୁ ଦଳ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯାଇଛି । ମେଡିକାଲର ଚରମ ଅବହେଳାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ । ଏହି ସମୟରେ କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ସ୍ବାସ୍ଥ୍ୟମନ୍ତ୍ରୀ ମାତ୍ର ୫ ମିନିଟ୍ ଆସି ବୁଲି ଯାଇଥିବା କହି କଂଗ୍ରେସ ସମାଲୋଚନା କରିଛି । ମନ୍ତ୍ରୀ ଆଇସିୟୁ ବିଭାଗ ଯାଇ ସ୍ଥିତି ପରଖିବା କଥା। କିନ୍ତୁ ସେ ଆଇସିୟୁ ନ ଯାଇ ଏଠାକୁ କ’ଣ ଦେଖିବାକୁ ଆସିଥିଲେ ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଥିଲେ ।
ସୂଚନାନୁସାରେ,ଗତକାଲି ସହିଦ ଲକ୍ଷଣ ନାୟକ ମେଡିକାଲରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିଲେ ସମ୍ପର୍କୀୟ । ଆଜି ଏହି ଘଟଣାରେ ସମୀକ୍ଷା କରୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀମାନେ ମେଡିକାଲରେ ପହଞ୍ଚିଛନ୍ତି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରାଯାଉଛି । ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିଛନ୍ତି । ଏହି ଘଟଣାକୁ ଅତିସମ୍ବେଦନଶୀଳ ବୋଲି କହିଛନ୍ତି ମନ୍ତ୍ରୀ । ତଦନ୍ତ ଚାଲିଛି । ରିପୋର୍ଟ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି ଆସିବ ଡିଏମଇଟିଙ୍କ ଯାଞ୍ଚ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ । ୫ଜଣିଆ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି ଡିଏମଇଟି ।

Comments are closed.