ରାଜଭବନ ସମ୍ମୁଖରେ କଂଗ୍ରେସ କରିବ ପ୍ରତିବାଦ ସଭା

ସମୟ ଲାଇଭ,୨୯/୧୦: ବହୁୁର୍ଚ୍ଚିତ ଯାଜପୁର ଭିଏଲଡବ୍ଳୁ ସ୍ମିତାରାଣୀଙ୍କ ମୃତ୍ୟୁରେ ରାଜ୍ୟରାଜନୀତି ଏବେ ଟଠୁଛି ପଡୁଛି। ବିରୋଧିଙ୍କ ଗର୍ଜନରେ ରାଜ୍ୟ ରାଜନୀତି ଏବେ ସରଗରମ। ସ୍ମତାରାଣୀଙ୍କ ମୃତ୍ୟୁକୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ଆଜି ଯାଏ ସମସ୍ତେ ଚୁପ ହୋଇ ବସିଛନ୍ତି। ତେଣୁ ତାଙ୍କ ମୃତ୍ୟୁର ସଠିକ ତଦନ୍ତ କରିବା ସହ ତାଙ୍କୁ ନ୍ୟାୟ ଦେବା ଆଶାରେ କଂଗ୍ରେଶ ଏବେ ରାଜରାସ୍ତାକୁ ଓହ୍ଳାଇବ। ଏନେଇ ରାଜ୍ୟ କଂଗ୍ରେସ ଆସନ୍ତା ୩୧ ତାରିଖରେ ରାଜଭବନ ଆଗରେ ଧାରଣା ଦେବ। ଏନେଇ ଆଜି ପିସିସି ସଭାପତି ଗଣମାଧ୍ୟମକୁ ସୂଚନା ମଧ୍ୟ ଦେଇଛନ୍ତି। ଦିନ ୧୦ଘଟିକାରୁ ୧ଘଟିକା ପର୍ଯ୍ୟନ୍ତ କଂଗ୍ରେସ ଧାରଣ ଦେବା ସହ ସାଧଶରଣ ସଭା କରିବ।
ତଥ୍ୟ ଅନୁଧ୍ୟାନ କମିଟିର ଅଧ୍ୟକ୍ଷ ତଥା ବାରବାଟି ବିଧାୟକ ମହମ୍ମଦ ମୋକ୍କିମ ଆଜି ଗଣମାଧ୍ୟକୁ ଏହି ସୂଚନା ଦେଇଛନ୍ତି। ଏହି ସଭାରେ ଯୁବ କଂଗ୍ରେସ,ଛାତ୍ର କଂଗ୍ରେସ,ମହିଳା କଂଗ୍ରେସ ସମେତ ଅନେକ ନେତା ଯୋଗ ଦେବେ ବୋଊଲି ଜଣାପଡିଛି।

Launching Ceremony of “AYUSHMAN BHARAT

Comments are closed.