ବିଧାନସଭାରେ ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ, ଭଣ୍ଡାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ବିଧାସଭା ଗୃହରେ ଆଜି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠିଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଭଣ୍ଡାର ସୁରକ୍ଷା ନେଇ ପ୍ରଶ୍ନ ଉଠାଇନ୍ତି । ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ କହିଛନ୍ତି ଯେ, ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରତ୍ନଭଣ୍ଡାର ସୁରକ୍ଷିତ ଅଛି କି ନାହିଁ? ଏଥିଲାଗି ବସାଯାଇ ଥିବା କମିସନଙ୍କ ରିପୋର୍ଟରେ କଣ ରହିଛି ତାହା ଗୃହରେ ଉପସ୍ଥାପନ କରଯାଉ ନାହିଁ ।

ଏହାସହିତ କଂଗ୍ରେସ ବିଧାୟକ, ଜସିଷ୍ଟ ରଘୁବୀର ଦାସ କମିସନଙ୍କ ରିପୋର୍ଟ ଗୃହରେ ଉପସ୍ଥାପନ କରିବାକୁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି । ଆହୁରି କହିଛନ୍ତି ଗତ ୨୧ ବର୍ଷ ଧରି ରାଜ୍ୟ ସରକାର ୨୪ଟି କମିସନ ବସାଇଛନ୍ତି । ଏ ବାବଦକୁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ ୮ଟି କମିସନଙ୍କ ରିପୋର୍ଟ ଦାଖଲ ହୋଇ ପାରିନି । କମିସନଙ୍କ କାର୍ଯ୍ୟକାଳ ଶେଷ ହେଇ ଯାଉଛି ଓ ତଦନ୍ତ ଆଳରେ ଅବଧି ବଢିବାରେ ଲାଗିଛି ।

Govt

Comments are closed.