ପ୍ରତିଶୃତି ପରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର : ଦାବି ମାନିଲେ ସରକାର । ମିଳିବ ୯ ମାସର ବକେୟା ଦରମା । ସ୍ଥଗିତ ରହିଲା ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଆନ୍ଦୋଳନ । ୯ ମାସର ଦରମା ପ୍ରଦାନ ପ୍ରତିଶ୍ରୁତି ମିଳିବା ପରେ ସ୍ଥଗିତ ହୋଇଛି ଆନ୍ଦୋଳନ । ଆସନ୍ତା କାଲି ଠାରୁ କାର୍ଯ୍ୟରେ ଯୋଗଦେବା ପାଇଁ ନିବେଦନ କରାଯାଇଛି । ଏନେଇ GPLF ସଂଘ ରାଜ୍ୟ ସଭାନେତ୍ରୀ ନିରୁପମା ବେହେରାଙ୍କ ସୂଚନା। ମଙ୍ଗଳବାର ଠାରୁ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ବକେୟା ଦରମା ପ୍ରଦାନ ଦାବି ନେଇ ବିଧାନସଭା ସମ୍ମୁଖରେ ଅଲ୍‌ ଓଡ଼ିଶା ଜିପିଏଲ୍‌ଏଫ୍‌ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିଲା ।

ସପୋର୍ଟ ଷ୍ଟାଫ୍‌ ଅଭିଯୋଗ ଅନୁସାରେ ସେମାନଙ୍କୁ ୯ ମାସ ହେଲାଣି ବକେୟା ଦରମା ଦିଆଯାଉନାହିଁ। ବାରମ୍ବାର ଅଭିଯୋଗ ପରେ ବି କିଛି ଫଳ ନମିଳିବାରୁ ସଂଘ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା । ତେବେ ଯଦି ଏହି ଦାବିର ତୁରନ୍ତ ସମାଧାନ ନହେବ, ତେବେ ଆଗାମୀ ଦିନରେ ଓଡ଼ିଶାରେ ଥିବା ୬୦ ହଜାର କର୍ମା ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଥିଲା ସଂଘ।

Govt

Comments are closed.