ଐତିହାସିକ ମୁହୂର୍ତ୍ତ: ରାଜ୍ୟଗୋଷ୍ଠୀକ୍ରୀଡ଼ାରେ ପ୍ରଥମଥର ସାମିଲ ହୋଇଥିବା ମହିଳା କ୍ରିକେଟ୍‌ ଦଳଙ୍କୁ ରୌପ୍ୟ ପଦକ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ସାମିଲ ମହିଳା ଟେ୍ୱଣ୍ଟି-୨୦ କ୍ରିକେଟକୁ ବଡ଼ ସଫଳତା ମିଳିଛି । ଭାରତୀୟ ମହିଳା ଖେଳାଳୀ ରୌପ୍ୟ ପଦକ ଜିତି ଦେଶର ଗୌରବ ବୃଦ୍ଧି କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ହରମନପ୍ରୀତ କୌରଙ୍କ ଦଳ ୯ ରନର୍ରେ ହାରିଯାଇଥିଲା ।

ଐତିହାସିକ ମୁହୂର୍ତ୍ତ: ରାଜ୍ୟଗୋଷ୍ଠୀକ୍ରୀଡ଼ାରେ ପ୍ରଥମଥର ସାମିଲ ହୋଇଥିବା ମହିଳା କ୍ରିକେଟ୍‌ ଦଳଙ୍କୁ ରୌପ୍ୟ ପଦକ

ଅଷ୍ଟ୍ରେଲିଆ ୧୬୧ ରନ୍‌ କରିଥିବାବେଳେ ଭାରତ ୩ ବଲ୍‌ ପୂର୍ବରୁ ୧୫୨ ରନରେ ଅଟକିଯାଇଥିଲା । ଏଥି ସହ ଅଷ୍ଟ୍ରେଲିଆ ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା କ୍ରିକେଟ୍‌ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛି । ଏହା ପୂର୍ବରୁ ଇଂଲଣ୍ଡକୁ ୮ ୱିକେଟରେ ହରାଇ ନୁ୍ୟଜିଲାଣ୍ଡ କାଂସ୍ୟ ପଦକ ଜିତିନେଇଥିଲା । ଭାରତ ଫାଇନାଲରେ ହାରିଯାଇଥିଲେ ମଧ୍ୟ ରୌପ୍ୟ ପଦକ ଜିତି ଅପୂର୍ବ ସଫଳତା ପାଇଥିଲା ।
ଐତିହାସିକ ମୁହୂର୍ତ୍ତ: ରାଜ୍ୟଗୋଷ୍ଠୀକ୍ରୀଡ଼ାରେ ପ୍ରଥମଥର ସାମିଲ ହୋଇଥିବା ମହିଳା କ୍ରିକେଟ୍‌ ଦଳଙ୍କୁ ରୌପ୍ୟ ପଦକ

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ୮ ୱିକେଟ୍‌ ବିନିମୟରେ ୧୬୧ ରନ୍‌ କରିଥିଲା । ବେଥ୍‌ ମୁନି (୪୧ ବଲରୁ ୬୧ ରନ୍‌, ୮ ଚେକ) ଅର୍ଦ୍ଧଶତକ ହାସଲ କରିଥିବାବେଳେ ମେଗ୍‌ ଲାନିଙ୍ଗ୍‌ ୨୬ ବଲରୁ ୩୬ ରନ୍‌, ଆସ୍‌ ଗାର୍ଡନର୍‌ ୧୫ ବଲ୍ରୁ ୨୫ ରନ୍‌ ଏବଂ ଆର୍‌ ହେନ୍ସ ୧୦ ବଲରୁ ୧୮* ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ରେଣୁକା ସିଂହ (୪-୦-୨୫-୨), ସ୍ନେହ ରାଣା (୪-୦-୩୮-୨), ରାଧା ୟାଦବ (୪-୦-୨୪-୧), ଦୀପ୍ତି ଶର୍ମା (୪-୦-୩୦-୧) ସଫଳ ବୋଲର ଥିଲେ ।
ଐତିହାସିକ ମୁହୂର୍ତ୍ତ: ରାଜ୍ୟଗୋଷ୍ଠୀକ୍ରୀଡ଼ାରେ ପ୍ରଥମଥର ସାମିଲ ହୋଇଥିବା ମହିଳା କ୍ରିକେଟ୍‌ ଦଳଙ୍କୁ ରୌପ୍ୟ ପଦକ

ପଶ୍ଚାତଧାବନ ବେଳେ ଭାରତ ପ୍ରଥମରୁ ପ୍ରାରମ୍ଭିକ ବ୍ୟାଟର୍‌ ଶାଫଳୀ ବର୍ମା ଓ ସ୍ମୃତି ମନ୍ଧାନାଙ୍କୁ ସଅଳ ହରାଇ ଦେଇଥିଲା । ଜେମିମା ରଡ୍ରିଗେ୍ୱଜ୍‌ (୩୩ ବଲରୁ ୩୩ ରନ୍‌, ୩ ଚେକା) ଏବଂ ହରମନପ୍ରୀତ କୌର (୪୩ ବଲରୁ ୬୫ ରନ୍‌, ୭ ଚେକା, ୨ ଛକା) ବିଜୟ ମୁହାଁ କରିଥିଲେ ମଧ୍ୟ ଉଭୟଙ୍କ ବିଦାୟ ପରେ ଭାରତ ପାଳି ଦିଗହରା ହୋଇଯାଇଥିଲା । ଆଉ କେହି ଲଢ଼ିପାରିନଥିଲେ । ଭାରତ ୧୯.୩ ଓଭରରେ ୧୫୨ ରନ୍‌ କରି ସମସ୍ତ ୱିକେଟ୍‌ ହରାଇ ଦେଇଥିଲା । ଗାର୍ଡନର ୩, ମଗେନ୍‌ ଶ୍ଚଟ୍‌ ୨ ଏବଂ ବ୍ରାଉନ୍‌ ଓ ଜୋନାସେନ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।

Comments are closed.