ବଦଳିବ କମିସନରେଟ ପୋଲିସ କାର୍ଯ୍ୟାଳୟର ନାମ

ନାମିତ ହେବ ପୋଲିସ ସେବାଭବନ ନାଁରେ

ସମୟ ଲାଇଭ,୨/୧: କମିସନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ଗୁରୁବାର ପାଳନ କରାଯାଇଛି। ଭୁବନେଶ୍ୱର ଓଏସଏସ ସପ୍ତମ ବାଟାଲିୟନ ଗ୍ରାଉଣ୍ଟରେ ଏହି ପ୍ରତିଷ୍ଠା ଦିବସ ପାଳନ ହେଉଛି। ତେବେ କମିସନରେଟ ପୋଲିସ ମୁଖ୍ୟାଳୟର ନାମ ବଦଳିବ ବୋଲି ପ୍ରତିଷ୍ଠା ଦିବସ ଅବସରରେ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ବଡ ଘୋଷଣା କରିଛନ୍ତିି। କମିସନରେଟ୍ ମୁଖ୍ୟ କାର୍ଯ୍ୟାଳୟ ପୋଲିସ ସେବା ଭବନ ନାଁରେ ନାମିତ ହେବ ବୋଲି ସେ କହିଛନ୍ତି। ଏଥିସହ ଟ୍ରାଫିକ୍ ସମସ୍ୟା ଦୂର ହେବା ସହ ବରିଷ୍ଠ ନାଗରିକ ଓ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇ କହିଛନ୍ତି ଯେ, ଦ୍ୱୈତନଗରୀରେ ୟୁନିଫାଏଡ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ହେବ। ସେହିପରି ତ୍ୱରିତ ଓ ସମନ୍ୱିତ କାର୍ଯ୍ୟ ସହରାଞ୍ଚଳ ପୋଲିସ ପାଇଁ ବଡ ଚ୍ୟାଲେଞ୍ଚ ହେବ। ଅନ୍ୟପଟେ କଠିନ ପରିଶ୍ରମ କରି ପୋଲିସ ଲୋକଙ୍କୁ ସେବା ଯୋଗାଉଛି ବୋଲି ଡିଜି ଅଭୟ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.