ଭୁବନେଶ୍ବର: ଆଜି ଠାରୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ଦିଲ୍ଲୀରେ ହେବାକୁ ଥିବା ସେମିକନ କନଫରେନ୍ସରେ ସାମିଲ୍ ହେବେ । ଏହାସହ ଅନ୍ୟ କିଛି କାର୍ଯ୍ୟକ୍ରମରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ପାରନ୍ତି । ରାଜ୍ୟରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିପାରନ୍ତି । ଏଥିପାଇଁ ଆଜି ଦିନ ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହେଉଛି। ଏହି ବୈଠକରେ ଗୃହ ସଚିବ, ପୁଲିସ ଡିଜି. ମୁଖ୍ୟ ଶାସନ ସଚିବ, କ୍ରାଇମବ୍ରାଞ୍ଚ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।
