କଟକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

କଟକ,୨୩/୧: କଟକ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା। କଟକ ସହରରେ ହେବ ନବକଳେବର। ଏନେଇ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ଯୋଜନା। ତେବେ ଏହି ଯୋଜନା ପ୍ରସ୍ତୁତି ବେଳେ ଲୋକଙ୍କ ମତାମତକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ମହାନଦୀ ପଠାରେ ୨୪୪ ଏକର ଜମିକୁ ଉପଯୋଗ କରାଯିବ। ଏଥିସହିତ ଟ୍ରାଫିକ ସମସ୍ୟା ଦୂର ପାଇଁ ରିଂ ରୋଡକୁ ୬ ଲେନ କରାଯିବ। ମାର୍ଚ୍ଚରେ ଏସସିବି ମେଡିକାଲ କଲେଜର ଉନ୍ନତିନୂଳକ କାର୍ଯ୍ୟ ଆରମ୍ଭ ହେବ। କ୍ରୀଡା, ସାଂସ୍କୃତିକ ନିର୍ବାଣ ସହ ସବୁଜ ବଳୟ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.